ଶବ୍ଦ
ଶବ୍ଦ
ଏକ ଏକ ଶବ୍ଦ ମିଶି
ହଜାର କଥାର କାହାଣୀ
କେବେ ସତ କେବେମିଛ
କେବେ ଅନ୍ତର ବେଦନା ତଳେ
ପାହାଡିଆ ଭୂମିର ମଲାଟ
ଚାହିଁ ଥାଏ ଶୂନ୍ଯ ଆକାଶ କୁ
ଚୁପ୍ ଚାପ ବିନା ଶବ୍ଦରେ।
ଧ୍ୱନୀ ଶବ୍ଦ ପ୍ରେମଆଙ୍କେ
କେବେ ରୁଷାରେକେବେ ହସରେ
କେବେ ସେମେଟିଯାଏ
ଅନୁରାଗର ସବୁଜ ପ୍ରାନ୍ତରେ
ତୁହାହି ତୁହାହି ଡାକ
ଫଗୁଣର,ଶ୍ରାବଣର ଅନ୍ତରଂଗରେ।
ଶବ୍ଦ ହୁଦୟକୁ ବୁଝେ
ବୁଝାଇପାରେ କୋଟି ହୁଦୟକୁ
କେବେ ଦରଦରେ
କେବେ ସରାଗରେ
କେବେ ଖୋଦିଦିଏ ପାଷାଣ ରେ
ଦେବତାଙ୍କ ପ୍ରତିମୂର୍ତ୍ତି
ସମର୍ପଣ ର ଆଲିଙ୍ଗନ ଭିତରେ।
ଶବ୍ଦ ପରା ବହ୍ମ ବହ୍ମାଣ୍ଡରେ
ଶୂନ୍ଯ ଶୂନ୍ଯ ମହାଶୂନ୍ୟକୁ
କେବେ ଉଭେଇ ଦିଏ
କେବେ ସ୍ଥାପି ଦିଏ
କେବେ ଜଡେଇ ଧରେ
ଶବ୍ଦମୟ ଜୀବକୁ
ଜଡତ୍ୱର ପୁନରପି ମରଣ
ପୁନରପି ଜନ୍ମ ଜଠରରେ।
