STORYMIRROR

DR PRASANTA KUMAR BISWAL

Classics Others Children

4  

DR PRASANTA KUMAR BISWAL

Classics Others Children

ଶବ୍ଦ ରୁ ଜୀବନ

ଶବ୍ଦ ରୁ ଜୀବନ

1 min
242


ଶବ୍ଦ ----ନାଦ 

ଶବ୍ଦ ----ବ୍ରହ୍ମ 

ଶବ୍ଦ ତରଙ୍ଗର କମ୍ପନ 

ଶବ୍ଦ ବ୍ରହ୍ମର ଚେତନ 

ଶବ୍ଦ ଜୀବର ଜୀବନ 

ଶବ୍ଦ ଭାଷା ର ସମ୍ମୋହନ 

ଶବ୍ଦ ଭାବନାର ସଂଚରଣ 

ଶବ୍ଦ ମୃତ୍ୟୁର କାରଣ 

ଶବ୍ଦ ଆତ୍ମାର ବନ୍ଧନ 

ଶବ୍ଦ ହିଁ ତ,ସଂହତିର କାରଣ।

ଶବ୍ଦ,ଏନ୍ତୁଡ଼ିଶାଳରୁ ଆରମ୍ଭ ଜୀବନ 

କଅଁଳ ଶିଶୁର ଦରୋଟି ଶବ୍ଦରେ 

ଆମ ଶରୀରରେ ଉଠେ ଶିହରଣ,

ମାଆର ଲୋରି ହେଉ 

ଅବା ସମୁଦ୍ରର ଲହରୀ,

ଜଳପ୍ରପାତର ଗର୍ଜନ ହେଉ 

ଅବା ଝାଉଁ ବଣର ମୃଦୁ ଗୁଞ୍ଜରଣ,

ଝରଣାର ହେଉ ଅବା କୋଇଲିର ନିନାଦନ 

ଆନମନା କରେ ସବୁରି ପ୍ରାଣ।

ଶବ୍ଦ ସୃଷ୍ଟି କରେ, ଜିଇଁବାର ଆବେଗ 

ଅବା ମାୟା ସଂସାରେ ରଚଇ ବିରାଗ।

ଶବ୍ଦ,ମହାତ୍ମା ଙ୍କ ପ୍ରବଚନ 

ଭକ୍ତଙ୍କ ଭାବପୂର୍ଣ୍ଣ ଭଜନ 

ଶିଷ୍ୟର ଭକ୍ତିପୂର୍ଣ୍ଣ ନିବେଦନ 

ସରସ ଭାଷାର ପରିବେଷଣ 

ନୃତ୍ୟ ଶିଳ୍ପୀର ନୂପୁର ନିକ୍ୱଣ 

ସବୁ ତ-- ଶବ୍ଦ ରୁ ସର୍ଜନ 

ଶବ୍ଦ ରୁ ପୁଣି ବିନାଶ ବିସର୍ଜନ।

ଶବ୍ଦ ହିଁ ଭାଷା ଭାବର ମୂଳ ନିଦାନ 

ଶବ୍ଦ ରୁ ବିଭିଧ ଭାଷାର ଉତ୍ପନ୍ନ 

ଭାଷା ହିଁ କେବଳ ଏକତାର କାରଣ....(..2ଥର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics