STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶବ୍ଦ ବ୍ୟୁତ୍ପତ୍ତି

ଶବ୍ଦ ବ୍ୟୁତ୍ପତ୍ତି

1 min
3

କବିତା - ଶବ୍ଦ ବ୍ୟୁପତ୍ତି
 ରଚନା- ପଞ୍ଚାନନ ଜେନା
ତାରିଖ -୦୭-୧୨-୨୦୨୫
 ++++++++++++++++
 ଶବ୍ଦ ବ୍ୟୁତ୍ପତ୍ତିରୁ ଉତ୍ପତ୍ତି କିଛି କଳାକୃତି
ପ୍ରଥମ ଦେଖାରେ ପଢ଼ାରେ ଅବୁଝା ରହିଯାଏ
 ଯେମିତି ଅନ୍ଧ ଆଗରେ ଚାଉଳଭଜା ଚୋବାଇବା ରିତି

 ଶବ୍ଦ ବିନ୍ଧାଣୀମାନେ ଫୁଟେଇ ପାରନ୍ତି ଅପୂର୍ବ ସମ୍ଭାର
ଭାଷା କ୍ଷେତରେ ଫୁଲ ଫଳ ଲହଡି ଭାଙ୍ଗେ ଅପାର
ଦ୍ୱିତୀୟ ଦେଖାରେ ପଢ଼ାରେ ଅଳ୍ପସ୍ଵଳ୍ପ
 ମୁଣ୍ଡରେ ତୁଣ୍ଡରେ ବସେ ପସେ
କିମ୍ବୁତକିମ୍ବାକାର

 କେମିତି ଶବ୍ଦ ଖୋଳପା ଭିତରୁ ସୁଆଦିଆ ଖୋଜୁ ଖୋଜୁ
 ତୃତୀୟ ଦେଖାରେ ପଢ଼ାରେ ମନୋନିବେଶ କରେ
 ଶାମୁକା ଗର୍ଭରୁ ମୋତି ଖୋଜିବା ପରି
ମାଟି ବଇଠାରୁ ଜ୍ୟୋତି ଆଲୋକ ପରି
ମନରେ ହୃଦୟରେ ଆତ୍ମାରେ ଘର କରି ପଶେ

ଯେମିତି ଶବ୍ଦ ମନସ୍କ ଭାବ କନିଷ୍କ ଅର୍ଥ ସର୍ବସ୍ଵ ହେଉ ହେଉ
ଚତୁର୍ଥ ଦେଖାରେ ପଢ଼ାରେ ପଦ ଛନ୍ଧ ସବୁ
 ଗୁଣୁଗୁଣୁ ହୋଇ ଧାଇଁ ବୁଲନ୍ତି ହାଉ ଯାଉ
କେବେ ଖୁସି ପୁଲକର ଆସ୍ତରଣ ନେଇ
କେବେ ଦୁଇ ଟୋପା ଲୁହର ବିକିରଣ ଥୋଇ
 କାଗଜର ଛାତି ଚିରି ଦେବାକୁ ଆଗଭର ଆଉ

 ଗାରେଇ ଯାଏ କୁଳୁକୁଳୁ ଝରଣା ଝର
 ଅକୁହା କଥା ବ୍ୟଥା ସବୁ ବହିଯାଏ ନିରନ୍ତର
ଜନ୍ମ ନିଏ ଆଉ ଜଣେ ଶବ୍ଦ ବିନ୍ଧାଣୀ କବିବର ।


Rate this content
Log in

Similar oriya poem from Fantasy