STORYMIRROR

Santanu Bisoi

Abstract

2  

Santanu Bisoi

Abstract

ଶାସ୍ତି।

ଶାସ୍ତି।

1 min
113

ନିର୍ଭୟା ନିର୍ଭୟା ରଡି ଶୁଭୁଥିଲା

ଶୁଣିଲି ମୁଁ କର୍ଣ୍ଣ ଡେରି,

ଧାଇଁ ଆସି ଦେଖେ ଉନ୍ମୁକ୍ତ ପ୍ରାଙ୍ଗଣ

ନିର୍ଭୟାରେ ଥିଲା ପୁରି


ନଷ୍ଫୁରୁଛି କଥା କାହାରି ବଦନୁ

ସର୍ବେ ଥିଲେ ନିର୍ଯ୍ୟାତିତା,

କାହା ନାମ ଥିଲା ପ୍ରିୟଙ୍କା ବେବିନା

ଆଉ କା' ନାମ ସସ୍ମିତା


ନ୍ୟାୟ ଦିଅ ବୋଲି ଚିତ୍କାର କରିଲେ

ନୟନୁ ଅଶ୍ରୁ ନିଗାଡି,

ଦଉଡ଼ିବା ପାଇଁ ସକ୍ଷମ ନ ଥିଲେ

ପାଦେ ପଡ଼ିଥିଲା ବେଡି


ବଡ଼ପଣ୍ଡା ଆଉ ବୁର୍ଜୁଆ ହିଁ ଥିଲେ

ମାଉଁସର ସୌଦାଗର,

ପରଅର୍ଣ୍ଣଭୋଗି ଚେଲା ଓ ଚାମୁଣ୍ଡା 

ଚାଟେ ଅଇଁଠା ପତର


ନ୍ୟାୟଦାତ୍ରୀ ଦେବୀ ଦମ୍ଭେ ଉଭା ଥିଲେ

ଧରମ ନିକିତି ଧରି,

ଅନ୍ଧପୁଟୁଳିରେ ବାନ୍ଧିଥିଲେ ଚକ୍ଷୁ

କଳା କନା ଖଣ୍ଡେ ଚିରି


ଉନ୍ମୁକ୍ତ କର୍ଣ୍ଣରେ ଶୁଣିଲେ ଗୁହାରି

କହିଲେନି ଆହା ପଦେ,

କଳା କନା ଟେକି ଦେଖିଲେନି କ୍ଷତ

ଥିଲେ କି' ସେ, ରୁକ୍ଷଚିତ୍ତେ


ନାରୀ ହୋଇ ଥିଲେ ନାରୀର ସେ ଶତ୍ରୁ

ଚାବି ଦିଆ କଣ୍ଢେଇଟେ,

କ୍ରୀଡ଼ନକ ଥିଲେ କେଉଁ ଓକିଲର

ଆଇନିର ଗଳାବାଟେ


ଧର୍ଷଣ ଓ ହତ୍ୟା ଖେଦିଯାଇଅଛି

ଗଳିକନ୍ଦି ପ୍ରାନ୍ତେ ଦେଶେ,

ଲୁଚକାଳି ଆଉ ବୋହୁଚୋରି ଭଳି

ଆଇନି ଲୁଚିଛି ଶେଷେ


ସତଟାକୁ ମିଛ ମିଛଟିକୁ ସତ

ଚିକିତ୍ସକଙ୍କ ବର୍ଣ୍ଣନ,

କୋହଳ ବିବୃତି ପୋଲିସ ଲେଖିଲା

ହଜେଇ ସବୁ ପ୍ରମାଣ


ଦୁଃଶା, ଶହସ୍ରାକ୍ଷ ବିଟପ ବୁର୍ଜୁଆ

ଚାପ ତଳେ ସବୁ ଚେପା,

ପୁଲିସ ଡାକ୍ତର ଯେତେକ ଅମଲା

ମିଛ ଲେଖି ଲେଖି କେମ୍ପା


ବଟକରା ହୀନ ଶୁନ୍ୟ ନିକିତିରେ

କି' ଧର୍ମ କି' ପାପ ମାପ,

ମୁହେଁ କଳା କନା ବାନ୍ଧି କିଏ କେବେ

ନ୍ୟାୟ ପସରା ବାଣ୍ଟିବ


ଯେତେଦିନ ଯାଏ ସୁପ୍ତ ନିଦ୍ରିତ

ଥିବ ଏହି ନାରୀ ଜାତି,

କଂସେଇ ଖାନାର କୁକ୍କୁଟ ପରାୟେ

ପାଇଚାଲିଥିବେ ଶାସ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract