ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
ଯେଉଁଠି ନ ଥାଏ
ସ୍ୱାର୍ଥର ମିଛ ଅହମିକା କି
ଛଳନାର ମାୟାଜାଲ
କପଟପଣ ତାର ପତା ଵି ପାଏନି
ତ୍ୟାଗର ପ୍ରତୀକ ସିଏ,
ଝରାଏ ଅମୃତର ବରଷା
ବିନା ମେଘରେ
ନ କରି ଶ୍ରାବଣର ଅପେକ୍ଷା
ସର୍ତ୍ତହୀନ ସିଏ ।
ପୁଣି,
ଚିରନ୍ତନ ଫଲଗୁ ଧାରା ସିଏ
ବହୁଥାଏ ଅନବରତ ବିନା ଦ୍ଵିଧାରେ
ଯଦିଓ,
କିନ୍ତୁର ମାନେ ସେ ବୁଝେନା
ସେ ତ ଟାଣ ଖରାର ଶୀତଳ ଛାଇ
ଆଉ ଅନ୍ଧର ଲଉଡ଼ି ବାଙ୍କୁଳି ବାଡ଼ି
ସିଏ ଆଉ କେହି ନୁହଁ
ସିଏ ତ ପ୍ରେମ
ହଁ ଶାଶ୍ୱତ ପ୍ରେମ ।

