STORYMIRROR

Santosh Kumar Nayak

Abstract Inspirational Others

4  

Santosh Kumar Nayak

Abstract Inspirational Others

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

1 min
22.4K


❤ଶାଶ୍ୱତ ପ୍ରେମ ❤


ଦେହର ମିଳନ ସରିଗଲେ ଆଜି

ସରିଯାଏ ପ୍ରିୟା ପ୍ରୀତି,

ବନ୍ଦ ହେଇଯାଏ କବିତା ଲିଖନ

ନ ଗାଆନ୍ତି ପ୍ରେମ ଗୀତି

ପେରେମ ନାମରେ ରତି,

କାମନା ନିଆଁରେ ଜଳିଯାଏ ପ୍ରେମ

ଦୁରେଇ ଯାଆନ୍ତି ସାଥୀ।


ପ୍ରେମ ପରିଭାଷା ବଦଳି ଗଲାଣି

କାହିଁ ସେ ଶାଶ୍ୱତ ପ୍ରେମ? 

ପୁରାଣ ପୃଷ୍ଠାରେ କାହାଣୀମାଳାରେ

କେବଳ ରହିଛି ନାମ

ରାଧା ଆଉ ଘନଶ୍ୟାମ

କେଦାର ଗଉରୀ ଲେଇଲା ମଜନୁ

ଅନାରକଲି ସଲିମ।


ଆଧୁନିକ ପ୍ରେମ ଫୁଲରୁ ଆରମ୍ଭ

ପ୍ରଣୟରେ ହୁଏ ଶେଷ,

ଶାଶ୍ୱତ ପ୍ରେମର ମରଣ ହୁଏନି

ରହେ ଚିର କାଳ ଯଶ;

ରଜନୀଗନ୍ଧାର ବାସ,

ରାତିର ମହକ ସକାଳୁ ନ ଥାଏ

ସରିଗଲା ପରେ ରାସ।


ଦେଖାଣିଆ ପ୍ରେମ ଉପରୁ ଚିକ୍କଣ

ଲାଗୁଥାଏ ସଦା ଭୟ,

ହୃଦୟର ଭାବ ବୁଝେନି ହୃଦୟ

ଶରୀରରେ ଥାଏ ଲୟ

ମନ ରହେନାହିଁ ଥୟ

ଦୁଇ ପ୍ରେମ ମଧ୍ୟେ ଅନେକ ଫରକ

ଶାଶ୍ୱତ ପ୍ରେମର ଜୟ।


Rate this content
Log in

Similar oriya poem from Abstract