STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଶାରଦୀୟ ଦୁର୍ଗାପୂଜା

ଶାରଦୀୟ ଦୁର୍ଗାପୂଜା

1 min
270


ଶରତ ୠତୁ ରେ ଆଶ୍ୱିନ ଶୁକ୍ଳ ପକ୍ଷରେ

ଦେବୀ ପୂଜାର ବିଧାନ ହିନ୍ଦୁ ସମାଜରେ

ଆଶ୍ୱିନ ମାସ ଶୁକ୍ଳ ପ୍ରତିପଦା ତିଥିରୁ 

ନବରାତ୍ର ପୂଜା ହେଉଛି ବହୁ କାଳରୁ

ନବ ରୂପରେ ଦୁର୍ଗାଙ୍କ ପୂଜା ଆରାଧନା

ମନ୍ଦିର ପୂଜା ମଣ୍ଡପେ ହୁଏ ବନ୍ଦାପନା

ଦଶମୀ ତିଥିରେ ପର୍ବ ବିଜୟା ଦଶମୀ

ପାର୍ବଣ ସମ୍ଭାର ସହ ମନ ଉଠେ ଝୁମି

ବିଜୟା ଦଶମୀ ସହିତ ପୁରାଣ ବର୍ଣ୍ଣନ

ରାବଣ ମହିଷାସୁର କାହାଣୀ ଆଖ୍ୟାନ ll


ତ୍ରେତୟାରେ ଶ୍ରୀରାମଙ୍କ ଦେବୀଙ୍କୁ ପୂଜନ

ଦୂର୍ଗାଙ୍କ ଆଶୀର୍ବାଦରେ ରାବଣ ନିଧନ

ଆଶ୍ୱିନ ମାସର ଶୁକ୍ଳ ଦଶମୀ ତିଥିରେ

ରାବଣ ନିଧନ ହେଲା ରାମଙ୍କ ହାତରେ

ଦଶମୀ ତିଥିରେ ରାମଙ୍କ ହେଲା ବିଜୟ

ସେହି ଜୟ ଦିନ ବିଜୟା ଦଶମୀ ତୟ 

ଶାରଦୀୟ ଦୁର୍ଗା ପୂଜା ମହିମା ବଳରେ

ସତ୍ୟ ର ଜୟ ହେଲା ଅସତ୍ୟ ଉପରେ ll


ମହିଷାସୁର ଆକ୍ରମଣରେ ଦେବଗଣ

ତେଜ ସମ୍ମିଳିତ ରେ ଦୁର୍ଗାଙ୍କୁ ଆବାହନ

ନିଜର ଆୟୁଧ ମାତା ଦୁର୍ଗାଙ୍କୁ ପ୍ରଦାନ

ସିଂହବାହିନୀ ଦୁର୍ଗା ଯୁଦ୍ଧରେ ଅବତୀର୍ଣ୍ଣ

ଚୈତ୍ର ଶୁକ୍ଳ ଅଷ୍ଟମୀ ନବମୀ ସନ୍ଧି ବେଳେ

ଅସୁର ବଧ କଲେ ମା ଦୁର୍ଗା ଶୂଳ ବଳେ

କ୍ରୋଧାନଳ ଦେବୀଙ୍କର ବିବସନା ରୂପ

ମହାଦେବ ଶାନ୍ତ କଲେ ଦେବୀଙ୍କର କୋପ 

ଶାନ୍ତି ହେଲା ଧରା ଅସୁର ନିଧନ ପରେ 

ପୁଷ୍ପ ବୃଷ୍ଟି କଲେ ଦେବତା ରହି ସ୍ଵର୍ଗରେ

ବାସନ୍ତିକ ଦୁର୍ଗା ପୂଜା ହୋଇଲା ବିଦିତ

ତଥାପି ସେହି ରୂପରେ ସର୍ବଦା ପୂଜିତ ll


ଶାରଦୀୟ ଦୁର୍ଗାପୂଜା ଅତି ଆଡ଼ମ୍ବରେ

ପାଳନ ହେଉଅଛି ପ୍ରତି ପୁର ପଲ୍ଲୀରେ

ଜୟ ମା ଜୟ ଧ୍ୱନୀରେ ଗଗନ ପବନ

ପ୍ରକମ୍ପିତ ହେଉଅଛି ଏ ମର୍ତ୍ତ୍ୟ ଭୁବନ ll


ମାଆ ଦୁର୍ଗା ,ସିଂହବାହିନୀ ମହିଷାମର୍ଦ୍ଦିନୀ

ପାପ ଆଉ ପାପୀ ଏଠି ବ୍ୟାପକ ହେଲେଣି

ମହିଷାସୁର ଠୁ ବଳି ଅସୁର ପ୍ରବଳ

ନାମକୁ,ନାରୀ ଜାତିକୁ ଦେବୀ ସହ ତୁଲ

ଯଦି ଅବତରିତ ହେଉଛ ପାର୍ବଣରେ

ଏ ପାପୀ ଅସୁରଙ୍କୁ ମର୍ଦନ କର ବାରେ ll


 



Rate this content
Log in

Similar oriya poem from Abstract