ଶ୍ୱାନର ସ୍ବପ୍ନ
ଶ୍ୱାନର ସ୍ବପ୍ନ
ମୁନିବ ଡାକରେ ରଡ଼ି ପକାଏ
ମୁନିବ ଖୁସିରେ ଲାଞ୍ଜ ହଲାଏ
ଡାକିଲେ ଥରୁଟେ ଦଉଡି ଆସେ
ପାଖରେ ଲାଞ୍ଜକୁ ଜାକି ସେ ବସେ ।
ଦେଖିନି କେବେ ସେ ତା ପରିବାର
ମା ଅଛି କି ନ ଅଛି ତାହାର
ହେତୁ ହେଲା ଦିନୁ ମୁନିବ ପାଖରେ
ରହିଛି ସେ ଯାହା ଦେଖେ ଆଖିରେ ।
ମୁନିବ କହିଲେ ସେ ଦି ଗୋଡ ଉଠାଇ
ଚାଲେ ନାନା ଭଙ୍ଗୀ ସବୁ ଦେଖେଇ
ଆସିଲେ ମୂନିବ ଗାଡ଼ିରେ ଘରକୁ
ଦୌଡ଼ି ଯାଏ ସେ ଯେ ଦ୍ଵାର ପାଖକୁ ।
ଶ୍ୱାନ ଜନ୍ମ ସିନା ସ୍ଵପ୍ନ ସେ ଦେଖେ
ସପନେ କେବଳ ଏତିକି ଦେଖେ
ମୁନିବ ତାହାର ଭାଗ୍ୟ ବିଧାତା
ତା ଈଶ୍ୱର ତାର ସେ ମୁକ୍ତିଦାତା ।
ଭାତ ରୁଟି କିମ୍ବା ପଲାଉ ମାଂସ
ମୁନିବ ଦେଲେ ସେ ପାଏ ସନ୍ତୋଷ
ମୁନିବ ଭୁଲ ଯେ କରିବ ନାହିଁ
ତା ଜୀବନ ବିତେ ମୁନିବ ପାଇଁ ।
ବଞ୍ଚିଥିଲା ଯାଏଁ ସେବା କରିବ
କାହାକୁ ଘରକୁ ପୁରେଇ ନ ଦେବ
ଜଗିଥିବ ଦ୍ଵାର ଭୁକିବ ସଦା
ଅଚିହ୍ନା ଆସିଲେ ଦେଖି ସର୍ବଦା ।
ଜାଣେନି ସେ ଆଉ କାହାକୁ ଆଉ
ମୁନିବ ଶ୍ୱାନର ଦେବତା ଥାଉ
ପରିବାରରେ ସଦା ଆନନ୍ଦେ ଥାଇ
ଏତିକି ସ୍ବପ୍ନ ସେ ଶ୍ଵାନ ଦେଖଇ ।
ଜୀବ ହେଲେ ମଧ୍ୟ ତା ପ୍ରାଣ ଅଛି
ତା ଆଖିରେ ବି ସ୍ଵପ୍ନ ରହିଛି
ବିଶ୍ଵସ୍ତ ସେ ବଡ ଏ ଦୁନିଆରେ
ତା ଠାରୁ ନିଜର ଆଉ କିଏରେ ।
କ୍ରମଶଃ