STORYMIRROR

Sarojini Mishra

Abstract

4  

Sarojini Mishra

Abstract

ସେନେହ ଡୋରୀ

ସେନେହ ଡୋରୀ

1 min
275


ସ୍ନେହ ମମତାର ନିବିଡ଼ ବନ୍ଧନ

ଭାଇ ଭଉଣୀ ସମ୍ପର୍କ

ନିଆରା ତା ଭାବ ପବିତ୍ର ମୟ ସେ

ଅନୁରାଗ ମଖା ତର୍କ ।


ଶ୍ରାବଣ ପୂର୍ଣ୍ଣିମା ଶ୍ରାବଣ ଧାରାରେ

ରାକ୍ଷୀ ଡୋର ଭାସିଆସେ

ସ୍ନେହ-ସମ୍ମାନ ଓ ପ୍ରେମ- ପ୍ରୀତି ଗାଥା

ଡୋରରୁ ବରଷି ଯାଏ ।


ସେନେହ ଡୋରୀ ଟି ରେଶମୀ ରାକ୍ଷୀଟି

ସ୍ମୃତି ମଖା ଡାଲାଟିଏ

ସୁଖ- ଦୁଃଖ ଆଉ ହସ ଓ ଲୁହର

ଅନ୍ତରଙ୍ଗ ସ୍ରୋତଟିଏ ।


ସେନେହ ଡୋରୀଟି ଡୋରୀ ନୁହେଁ ଖାଲି

କେତେ ଯେ ରୋମାଞ୍ଚେ ଭରା

ଜୀବନ ବେଳାର ଛନ୍ଦମୟ ସ୍ମୃତି

ଆଇନା ଦେଖାଏ ପରା ।


ସେନେହ ଡୋରୀଟି ଡୋରୀ ନୁହେଁ ଖାଲି

ଅଟେ ବିଶ୍ୱାସର ସେତୁ

ବରଷକୁ ଥରେ ଆଣଇ ଜୀବନେ

ସଂପର୍କର ହୁଏ ହେତୁ ।


ସେନେହ ଡୋରୀଟି ଡୋରୀ ନୁହେଁ ଖାଲି

ଅଟେ ଶକ୍ତିର ଆଧାର

ଭରସାର ଭାଷା ପଢ଼େ ମନଦଶା

ଏ ପରା ମମତା ଡୋର ।


ସେନେହ ଡୋରୀଟି ଡୋରୀ ନୁହେଁ ଖାଲି

ଅନ୍ଧାରେ ଆଶାର ବାଡ଼ି

ଜୀବନରେ ଢାଳେ ଅସୀମ ଆଶାର

ପୂର୍ଣ୍ଣମୟ ଯେ କଳସି ।


ସେନେହ ଡୋରୀ ଟି ଡୋରୀ ନୁହେଁ ଖାଲି

ଅଟେ ପବିତ୍ର ବନ୍ଧନ

ଜୀବନ ଜଞ୍ଜାଳେ ଉଜ୍ଜ୍ଵଳ ବର୍ତ୍ତିକା

ଦିଏ ବଂଚିବା ଇନ୍ଧନ ।


ସେନେହ ବନ୍ଧନ ମମତା ର ସ୍ରୋତ

ଧରା ବିମଣ୍ଡିତ କରୁ

ସଂସ୍କୃତି ଧାରାର ଅକୁହା ଆହ୍ୱାନେ

ମନ ଦୀପ୍ତିମୟ ହେଉ ।


ସୁଭଦ୍ରା ଭଉଣୀ ବାଂଧେ ସ୍ନେହ ଡୋରୀ

ଜଗା ବଳିଆ ଙ୍କ ହାତେ

ପ୍ରତି ପତର ରେ ମାନବତା ବାଦ

କଥା ବାଣ୍ଟି ଦେଉଥାଏ ।


ସେନେହ ଡୋରୀରେ ଅସୀମ ଶକତି

ପ୍ରେମମୟ ତା ପରଶ

ତା କଳେବରରେ ଶୁଭ ମୟତାର

ଚନ୍ଦନ ର ଛୁଟେ ବାସ ।


ସେନେହ ଡୋରୀ ତୁ ଅମଳିନ ଥାଆ

ଅତୁଟ ରହୁ ତୋ ଧାରା

ସମ୍ପର୍କ ସ୍ରୋତକୁ ଶାନ୍ତ କାନ୍ତ କରି

ଦେଇ ଯାଆ ରେ ଶୀତଳତା।


ସେନେହ ଡୋରୀ ତୁ ପବିତ୍ର ମୟ ଯେ

ତୋ ପରଶ ଯିଏ ପାଏ

ମନ ଆବିଳତା ଧୋଇ ହୋଇ ଯାଏ

ଶାଶ୍ଵତ ସଂପର୍କ ଯୋଡ଼େ ।।


Rate this content
Log in

Similar oriya poem from Abstract