STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସେଇତ ବନ୍ଧୁତା

ସେଇତ ବନ୍ଧୁତା

1 min
277


ଯେଉଁଠି ବିଞ୍ଚା ହୋଇ ଥାଏ 

ମୁଠା ମୁଠା ବିଶ୍ଵାସର ସଜ ପାରିଜାତ

ଯେଉଁଠି ଝରିଯାଏ ବୁନ୍ଦା ବୁନ୍ଦା ଆଶ୍ୱାସନାର

ଭୀଷଣ ଶ୍ରାବଣ ଓ ମୃଦୁ ଅବପାତ

ସେଇତ ବନ୍ଧୁତା। 


ଯେଉଁଠି ଫୁଟିଉଠେ

ଭରା ଭରା ଆନନ୍ଦର ଗହଳ କଦମ୍ବ

ଯେଉଁଠି ବହିଆସେ

ନିର୍ବିକାର ଭାବନାର ସୁଲୁସୁଲୁ ବାଆ ଓ ଗାଢ଼ ଆତ୍ମଦମ୍ଭ

ସେଇତ ବନ୍ଧୁତା। 


ଯେଉଁଠି ଶୁଭିଯାଏ

ଅସୀମିତ ଉର୍ଜାର ନିଃଶବ୍ଦ କୋଳାହଳ

ଯେଉଁଠି ଛାଇଯାଏ

ପ୍ରଲମ୍ବିତ ଆଲିଙ୍ଗନର ବହଳ ଆକାଶ ଓ ସ୍ପର୍ଶ ସୁଶୀତଳ

ସେଇତ ବନ୍ଧୁତା। 


ଯେଉଁଠି ଲେଖା ଥାଏ

ଅଯାଚିତ ଆସ୍ପର୍ଦ୍ଧାର ନିରୋଳା ଉଲ୍ଲାସ

ଯେଉଁଠି ସାଇତା ଥାଏ

ରସାଳ ମାଧୂର୍ଯ୍ୟର ଉଚ୍ଚାଙ୍ଗ କବିତା ଓ ପରାସ୍ତ ବୟସ

ସେଇତ ବନ୍ଧୁତା। 


Rate this content
Log in

Similar oriya poem from Abstract