STORYMIRROR

Chinmaya Kumar Nayak

Abstract Romance Fantasy

3  

Chinmaya Kumar Nayak

Abstract Romance Fantasy

ସେଇ ଆପଣାର କଥା

ସେଇ ଆପଣାର କଥା

1 min
168

ତୁମେ ଗଲା ପରେ ସଞ୍ଜ ନଇଁ ଗଲେ

ମାଡ଼ି ମାଡ଼ି ପଡ଼େ ମଥା,

ନୈପଥ୍ୟରୁ ସତେ ପ୍ରତିଧ୍ୱନୀ ଶୁଭେ

ସେଇ ଆପଣାର କଥା।


କଥା ପଦକରେ ଲିଭି ଯାଉଥିଲା

ଶତ ନିଦାଘର ଜ୍ବାଳା,

ଆଜି ମୋ ମଧ୍ୟାହ୍ନ ଆୟୁଷ ବଢୁଛି

ଗଡୁନାହିଁ କାହିଁ ବେଳା। 


ବିରହି ଆକାଶେ ଘୋଟିଆସେ ଯେବେ

ଅବସାଦ କଳା ମେଘ,

ତୁମ ସେଇ ଆପଣାର କଥା ସାଜେ

ଜୀବନ ମୋହିନୀ ରାଗ। 


ରାତି ସରିଯାଏ ନିଦକୁ ଅଣ୍ଡାଳି

ତୁମ ସ୍ମୃତି ଦିଏ ଜାଳି,

ମନେପଡ଼େ ସେଇ ନିବିଡ଼ ଆଶ୍ବାସ

ବାନ୍ଧି ରଖିଥିଲା ଭିଡ଼ି।


ତୁମେ ନଥିଲେ ବି ତୁମ କଥା ସବୁ

ପ୍ରତିକ୍ଷଣେ ଶୁଭୁଥାଏ,

ଦୁରେ ଗଲାପରେ ଆହୁରି ନିଜର

ପ୍ରୀତି ତୁମ ଲାଗୁଥାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract