STORYMIRROR

Manasmita Parida

Romance

2  

Manasmita Parida

Romance

ସେହିପୁରୁଣାଜହ୍ନଆଉତୁମେ

ସେହିପୁରୁଣାଜହ୍ନଆଉତୁମେ

1 min
190

ସବୁଦିନ ଅପେକ୍ଷା,

ସେଦିନର ଜହ୍ନ ଥିଲା ଟିକେ ନିଆରା

ଯଉ ଜହ୍ନକୁ ଏକୁଟିଆ ଛାତ ଉପରେ ବସି ଦେଖୁଥିଲି

ନିଦ ନ ଆସିଲେ ଝରକା ଫାଙ୍କରେ ଚାହିଁରହୁଥିଲି

ଯାହାକୁ ନେଇ ଲେଖୁଥିଲି ପ୍ରେମଭରା କବିତା

ଯିଏ ଥିଲା ମୋ ଭଲପାଇବାର ମୂକ ସାକ୍ଷୀ

ସେହି ଜହ୍ନର ରୂପେଲି ଜ୍ୟୋସ୍ନା

ଦିନେ ମତେ ଲାଗୁଥିଲା ଚନ୍ଦନ ପରି ଶୀତଳ

ତା ଦେହର ସେହି କଳା ଦାଗ

ଥିଲା ମୋ ପାଇଁ ଥିଲା ତା ସୁନ୍ଦରତା

କିନ୍ତୁ ଆଜି ସେହି ଜହ୍ନ ମୋ ପାଇଁ ଏକ ଅଗ୍ନିପିଣ୍ଡୁଳା

ତାର ଆଜି ସେହି ଜ୍ୟୋସ୍ନାରେ ନାହିଁ ଚନ୍ଦନର ଶୀତଳତା,

ତାକୁ ନେଇ ଲେଖେନି ମୁଁ ପ୍ରେମଭରା କବିତା,

ସେହି ମୂକସାକ୍ଷୀ ଆଜି କଥା କୁହେ ,

ମତେ ଦେଖି ଉପାହାସ କରେ,

ତାର ସୌନ୍ଦର୍ଯ୍ୟ ମତେ ଦିଏ କେବଳ ଯନ୍ତ୍ରଣା

ଏବେ ଯେବେ ସେ ଆକାଶରେ ଉଁଏ

ନା ମୁଁ ଛାତକୁ ଯାଏ,

ନା ମୁଁ ଝରକା ଖୋଲେ

ଆଜି ମୋ କବିତାରେ ଭରି ରହିଛି,

କେବଳ ପ୍ରତାରଣା ,ବିଦ୍ୱେଷ ଏବଂ ଯନ୍ତ୍ରଣା

ସବୁର କାରଣ ହେଉଛ କେବଳ ତୁମେ

ତୁମ ପ୍ରେମର ଅଳିକ ସୁଖର କାମନାରେ ମୁଁ ଥିଲି ଅନ୍ଧ। ସେଥିପାଇଁ ଆଜି ତୁମ ପ୍ରତରଣାରେ ମୁଁ ପ୍ରତାରିତ

ତୁମ ଦେଇଥିବା ଲାଚ୍ଛନାରେ ମୁଁ ଲାଂଛିତ

କିନ୍ତୁ ମୁଁ ବି ଆଜି କହୁଛି

ତୁମ ହାତରୁ ଅନୁତାପ କରିବାର ସମୟ ସରିଯାଇଛି

ହୁଏତ ନୁହେଁ

ମୁଁ ଜାଣେ ତୁମେ ନିଶ୍ଚୟ ଫେରିବ

ତୁମେ ଫେରିଲା ପରେ ମୁଁ ଆଉ ମୁଁ ହେଇ ନଥିବି

ତୁମ ପ୍ରେମ ପ୍ରସ୍ଫୁଟିତ ମୋ ହୃଦୟ ଉପବନ

ଆଜି ମରୁଭୂମି ସମ

ତୁମେ ଯଦି କେବେ ଏଠି

ପ୍ରେମର ପାରିଜାତ ସନ୍ଧାନରେ ଆସ

ତେବେ କେବଳ ପାଇବ ପ୍ରତାରଣାର କାକଟସ

ତୁମେ ଯଦି କେବେ ମୋ ପ୍ରେମ ର ସାନିଧ୍ୟ ଭିକ୍ଷାକର

ତେବେ ମୁଁ ହେଉଛି ସେହି ମରୀଚିକା

ଯିଏ କେବଳ ପ୍ରେମର ଭ୍ରମ ସୃଷ୍ଟି କରେ

କିନ୍ତୁ କେବେ କାହାକୁ ଭଲ ପାଏନା

ଆଜି ମୋ ହୃଦୟ

ମରୁ ବାଲି ପରି ଉତ୍ତପ୍ତ

ସେହି ଉତ୍ତପ୍ତ ବାଲି ରେ ବିଚରଣ କରୁଥିବା

ତୃଷ୍ଣାତୁର ମଣିଷଟି ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance