STORYMIRROR

Manasmita Parida

Abstract

2  

Manasmita Parida

Abstract

ରାତିପାହେମୋର!

ରାତିପାହେମୋର!

1 min
127

ଅମା ରାତିର ବିସ୍ତୃତ ଘନ ଅନ୍ଧକାର ପରି

ଏଇ ନିସଙ୍ଗ ଜୀବନର ମୋର ବିତେ

ଖୁବ ଏକୁଟିଆ,ଖୁବ ନିଛାଟିଆ

ରାତି ଆକାଶରେ ଚେଇଁ ରହିଥିବା ତାରାମାନଙ୍କ ପରି

ମୁଁ ଚେଇଁ ରୁହେ ମିଞ୍ଜି ମିଞ୍ଜି ଆଖିକରି

ବହିମାନଙ୍କ ଭିତରେ

ଖୁବ ସତର୍କ,ଖୁବ ଚୁପଚାପି

ରାତି ମୋର ପାହେ

ଷ୍ଟଡି ଟେବୁଲ ଆଉ ଲାଇଟ ପାଖରେ

ହାତରେ ଖଣ୍ଡେ ଡାଇରୀ ଆଉ କଲମ ଧରି

ଖୁବ ଚିନ୍ତା, ଖୁବ ଭାବମଗ୍ନ

ପାହାନ୍ତି ଆକାଶକୁ ଦେଖି

ପାଖକୁ ଡାକିବାକୁ ଆରମ୍ଭ କରେ

ବାଙ୍ଗରା ଖଟ,ପେଟୁଆ ତକିଆ,ଭାଲୁ କମଳ

କୌଣସି ପ୍ରତିବାଦ,କୌଣସି ଅଭିଯୋଗ ନକରି

ମୁଁ ଚାଲିଯାଏ ସେମାନଙ୍କ ପାଖକୁ

ଖୁବ ଏକାନ୍ତର,ଖୁବ ଶାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract