ରାତିପାହେମୋର!
ରାତିପାହେମୋର!
ଅମା ରାତିର ବିସ୍ତୃତ ଘନ ଅନ୍ଧକାର ପରି
ଏଇ ନିସଙ୍ଗ ଜୀବନର ମୋର ବିତେ
ଖୁବ ଏକୁଟିଆ,ଖୁବ ନିଛାଟିଆ
ରାତି ଆକାଶରେ ଚେଇଁ ରହିଥିବା ତାରାମାନଙ୍କ ପରି
ମୁଁ ଚେଇଁ ରୁହେ ମିଞ୍ଜି ମିଞ୍ଜି ଆଖିକରି
ବହିମାନଙ୍କ ଭିତରେ
ଖୁବ ସତର୍କ,ଖୁବ ଚୁପଚାପି
ରାତି ମୋର ପାହେ
ଷ୍ଟଡି ଟେବୁଲ ଆଉ ଲାଇଟ ପାଖରେ
ହାତରେ ଖଣ୍ଡେ ଡାଇରୀ ଆଉ କଲମ ଧରି
ଖୁବ ଚିନ୍ତା, ଖୁବ ଭାବମଗ୍ନ
ପାହାନ୍ତି ଆକାଶକୁ ଦେଖି
ପାଖକୁ ଡାକିବାକୁ ଆରମ୍ଭ କରେ
ବାଙ୍ଗରା ଖଟ,ପେଟୁଆ ତକିଆ,ଭାଲୁ କମଳ
କୌଣସି ପ୍ରତିବାଦ,କୌଣସି ଅଭିଯୋଗ ନକରି
ମୁଁ ଚାଲିଯାଏ ସେମାନଙ୍କ ପାଖକୁ
ଖୁବ ଏକାନ୍ତର,ଖୁବ ଶାନ୍ତି