STORYMIRROR

Manasmita Parida

Abstract

3  

Manasmita Parida

Abstract

ଚୋରାବାଲି

ଚୋରାବାଲି

1 min
366

ଏ ସଂସାର ନଈରେ

ସମୟ ଚୋରାବାଲି ହୋଇ

ଜୀବନର ଆୟୁଷ ଯାଏ 

ସେଥିରେ ଖସି ଖସି

ଲାଗେ...ସମୟ ବେଶୀ ହୋଇ ନାହିଁ

ଏବେ ମାତ୍ର ଏତିକି..!!

କିନ୍ତୁ କେତେବେଳେ କେଜାଣି

ବିନା ସଂକେତରେ

ସେହି ସମୟ ରୂପକ ଚୋରାବାଲିରେ

ଜୀବନର ଆୟୁ ଖସି ଖସି ଯାଏ

ଜଣା ପଡେ ନାହିଁ

ଯେତେବେଳେ ଆମେ ସତର୍କ ହେଉ

ସେତେବେଳେ ହୁଏତ ଆମେ ପହଞ୍ଚିଯାଉ

ବୟସର ମଧ୍ୟାହ୍ନ ରୂପକ ଅଗଭୀର ସମୁଦ୍ରରେ

ଯେଉଁଠାରୁ ଫେରି ଆସିବା ବହୁତ କଷ୍ଟ...!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract