STORYMIRROR

Manasmita Parida

Others

3  

Manasmita Parida

Others

ତୁମେ ଓ ମୁଁ

ତୁମେ ଓ ମୁଁ

1 min
262

ହାସ୍ୟ ଉଲ୍ଲାସରେ ରଙ୍ଗାଳୟ କର 

ତୁମର ସବୁ ମୁହୂର୍ତ୍ତକୁ ...

ଭୟଙ୍କର,ବିଭତ୍ସ ନିର୍ଜନ ଶ୍ମଶାନ

ପରି ହୋଇ ଥାଏ ମୋ ଜୀବନ...

ରଙ୍ଗୀନ ହୋଇ ଦେଖ ତୁମେ ଦୁନିଆକୁ

ସ୍ୱପ୍ନବିଳସୀ,ପ୍ରେମବିଳସୀ ଆଖିରେ

ମୋ ଆଖି ଯହିଁ ଦେଖେ ଦୁନିଆକୁ 

ବିବର୍ଣ୍ଣ,ବିଷର୍ଣ୍ଣ ପଟଚିତ୍ରରେ...

ବସନ୍ତର ସବୁଜିମାକୁ ଦେଖି

ତୁମେ ଚପଳ ହୁଅ ବିହଙ୍ଗମାନଙ୍କ ପରି

ମୁଁ ତ ଅନିଶ୍ଚିତ ବାତ୍ୟାର ଝଡ଼

ଯିଏ ଉଜାଡ଼ି ଦିଏ ନିଜ ହାତେ 

ସୁନ୍ଦର ଯୌବନର ଛବି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍