ନୂଆବର୍ଷ
ନୂଆବର୍ଷ
ନୂଆ ନୂଆ ଭେଟି ନେଇ
ଆସିଗଲା ନୂଆ ବରଷ
ଏ ଆଖିରେ ଭରି ଦେଇ
ସପନ ଅଶେଷ
ନୂଆ ସକାଳ ଯେ
ନୂଆ ବାର୍ତ୍ତା ନେଇ
ଆସିଗଲା ନୂଆ ବର୍ଷ
ସମସ୍ତଙ୍କ ପାଇଁ
କାହା ପାଇଁ ଫୁଲରେ ତ
କାହାପାଇଁ ଚିଠିରେ
କାହାପାଇଁ ମେସେଜରେ ତ
କାହାପାଇଁ ଗ୍ରୀଟିଂରେ
ସମସ୍ତଙ୍କ ପାଇଁ ଆଜି
ଅତି ଖୁସିର ଦିନ
ଆନନ୍ଦ ରେ ନାଚେ ଆଜି
ସଭିଙ୍କର ମନ
