STORYMIRROR

Manasmita Parida

Others

3  

Manasmita Parida

Others

ଜଣେ କବି

ଜଣେ କବି

1 min
193

ଭଲ ପାଇଥିଲି ଜଣେ କବିଙ୍କୁ

ଜାଣିନଥିଲି ସେ ମୋତେ..!!

ଭଲ ପାଉଥିଲେ କି ନାହିଁ!

କିନ୍ତୁ ବେଳେବେଳେ ଲାଗେ

ଯେପରି ତାଙ୍କର ସବୁ କବିତାରେ 

ବର୍ଣ୍ଣିତ ମୁଁ...

ଭାବେ ଏହା ମୋର ଭ୍ରମ..!!

କିନ୍ତୁ ତାଙ୍କ କବିତାର ଆଶ୍ୱାସନାରେ

ପୁନଶ୍ଚ ଜୀବିତ ହୋଇ ଉଠେ ମୋର ପ୍ରେମ....

ସବୁଦିନ ପରି ସେ ଦିନ ମଧ୍ୟ

ତାଙ୍କ କବିତା ପଢ଼ୁଥିଲି ବସି 

ଛାତର କୋଉ ଏକ କୋଣରେ

କବିତାରେ ନିଜ ପ୍ରତିଛବି ଦେଖି

ବହୁ କିଛି କଳ୍ପନାଜଳ୍ପନାରେ ବେସ୍ତ 

ଯେବେ ମୁଁ ପୃଷ୍ଠାର ଶେଷ ପଂକ୍ତିଟି ପଢେ

ଜାଣିନଥିଲି ଏହି ସତ୍ୟ ହେବ

ମୋ ପାଇଁ ଏତେ କ୍ଳିଷ୍ଟ....

ସତ୍ୟ ତ ଥିଲା...

କବି ଜଣଙ୍କ ଥିଲେ ବିରହି ଯକ୍ଷ

ଯାହାଙ୍କ ପ୍ରମିକା ଥିଲେ ମୃତ

କିନ୍ତୁ ସେ ତାଙ୍କ ପ୍ରେମିକାକୁ 

ବଞ୍ଚେଇ ରଖିଥିଲେ ତାଙ୍କ କବିତାରେ

ଯେଉଁ କବିତାର ଭ୍ରମରେ ପଡି 

ଭାବୁଥିଲି ତାଙ୍କ ପ୍ରେମିକା ମୁଁ....

କେବଳ ମୁଁ....!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍