ସେହି ଜହ୍ନ
ସେହି ଜହ୍ନ
ଆକାଶରେ ସେହି ଜହ୍ନ
ସେହି ତାରା ବି
ଚିକି ମିକି ଆଲୁଅ
ଆଉ ଜହ୍ନର ଜୋଛନା
ସୀମା ହୀନ ଦିଗବଳୟ
ରୂପେଲି କିରଣ
ମତୁଆଲା ଶୀତଳ
ମନ ହୁଏ ହଜିଯାନ୍ତି କି
ତା ପ୍ରେମ ପରସରେ l
ଦିନ ତମାମ ଗ୍ରୀଷ୍ମର ତାଡନା
ହୁତାଶନ ଦେହ
ସତେ ଅମୃତ ସିଞ୍ଚନ କରେ
ମନରେ ପ୍ରାଣରେ
ତା ଶୀତଳ ସ୍ପର୍ଶରେ l
ଶୀତୁଆ ରାତି
ଅବା ତୁଷାର ସ୍ଫଳନ
ତରଙ୍ଗ ସ୍ପନ୍ଦନ
ଆଉ ଜୋଛନା ଚୁମ୍ବନ
ଆହା କି ସୃଷ୍ଟି ପ୍ରକୃତିର
ସତେ ରୂପେଲି ପରଦା
ଦିଗନ୍ତ ବିସ୍ତାର l
ସେଇ ଜହ୍ନ ରାତି
ଅଭୁଲା ଅତୀତ
ଯେବେ ମା କହେ
"ଆ ଜହ୍ନ ମାମୁଁ ଶରଦ ଶଶୀ
ମୋ କାହ୍ନୁ ହାତରେ ପଡ଼ରେ ଖସି "
ଆଜି ଏ ବୟସ ର ଗୋଧୂଳି
ନା ଜହ୍ନ ମାମୁଁ, ନା ଶରଦ ଶଶୀ
ଖାଲି ମୁଠା ମୁଠା ସ୍ମୃତି କୁ ଜାବୁଡି ଧରିଛି l

