STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସେବା

ସେବା

1 min
362

ସେବା ହିଁ ଜୀବନ ସେବା ହିଁ କର୍ତ୍ତବ୍ୟ

   ସେବାପାଇଁ ନରଜନ୍ମ,

ମନୁଷ୍ୟ ଜୀବନ ଦୁର୍ଲ୍ଲଭ ଜୀବନ

   କର୍ମ ପାଇଁ ଏହୁ ଜନ୍ମ।


କର୍ମ ଜ୍ଞାନ ବଳେ ଜୀବ ସେବା ପରା

   କର୍ତ୍ତବ୍ୟ ଅଟେରେ ଯହିଁ,

କର୍ମରେ ଜଡ଼ିତ ନିସ୍ବାର୍ଥର ସେବା

   ମନୁଷ୍ୟ କର୍ମରେ ତହିଁ।


ରାଷ୍ଟ୍ର ସେବା ପରା ଜୀବନେ ଅମୂଲ୍ୟ

   ସେବା ଜନକଲ୍ୟାଣର,

ସେବା ପିତୃମାତୃ ପରମ କର୍ତ୍ତବ୍ୟ

   ଭକ୍ତି ଶ୍ରଦ୍ଧା ନିରନ୍ତର।


ଗୃହ ସେବା ପରା ସାଂସାରିକ ଯହିଁ

   ସମଭାବ କର୍ତ୍ତବ୍ୟର,

ଧର୍ମ ସମଭାବ ଜଡ଼ିତ ତହିଁରେ

   ମନୁଷ୍ୟର ଦାୟିତ୍ବର।


କର୍ତ୍ତବ୍ୟ ଦାୟିତ୍ୱ ଜୀବନରେ ସେବା

   ଅହର୍ନିଶି ଦରକାର,

ପ୍ରଭୁ ଭକ୍ତି ତହିଁ ଜୀବନେ ରତନ

   ପ୍ରେମ ଶ୍ରଦ୍ଧା ନିରନ୍ତର।


ରାଷ୍ଟ୍ର ସେବା ପାଇଁ ସମର୍ପଣ ଭାବ

  ଥିଲା ମହାତ୍ମାଗାନ୍ଧୀଙ୍କ,

ଥିଲା ରାଷ୍ଟ୍ର ସେବା ସୁଭାଷ ବାବୁଙ୍କ

  ସମର୍ପଣ ଭାବ ତାଙ୍କ।


ତାଙ୍କ ସେବା ବଳୁ ସ୍ବାଧୀନ ଭାରତ

   ଗୌରବ ଗୁଞ୍ଜୁଛି ବିଶ୍ବେ,

ବିଶ୍ବ ଗୁରୁ ସ୍ବପ୍ନ ସାକାର ହେଉଛି

   ସମ୍ମାନ ମିଳୁଛି ବିଶ୍ବେ।


ସେବା ଭାବ ନିତ୍ୟେ ମାତୃଭାଷା ପ୍ରୀତି

   କର୍ତ୍ତବ୍ୟ ଟି କର୍ମପଥେ,

ଗୁରୁଜନ ଭକ୍ତି ଜୀବ ପ୍ରତି ସେବା

   ରହୁ କର୍ତ୍ତବ୍ୟର ସାଥେ।


ଜୀବନ ଯାତ୍ରାରେ ସର୍ବୋତ୍ତମ ନିଧି

   ସେବାଭାବ ସର୍ବୋପରି,

ସେବା ଭାବ ପରା ମନୁଷ୍ୟ ଜୀବନ

   କର୍ମ ଜ୍ଞାନ ସର୍ବୋପରି।


ମନ୍ତ୍ର ଅହିଂସାର ନାହିଁ ହିଂସା ଭାବ

   ରହୁ ସେବାଭାବ ତହିଁ,

ମନୁଷ୍ୟ ଜୀବନ ଉଦ୍ଦେଶ୍ୟ ତହିଁରେ

   କର୍ତ୍ତବ୍ୟ ମନୁଷ୍ୟେ ଯହିଁ।


ଭକ୍ତି ଜଗନ୍ନାଥେ ରହୁ ନିରନ୍ତର

  ଭକ୍ତି ରହୁ କୃଷ୍ଣ ରାମେ,

ଜନସେବା ରହୁ ଜୀବ ସେବା ରହୁ

  ରାଷ୍ଟ୍ର ସନାତନୀ ଧର୍ମେ।


Rate this content
Log in

Similar oriya poem from Abstract