STORYMIRROR

Niranjan Mishra

Abstract

4  

Niranjan Mishra

Abstract

ସେବା ବାସେ

ସେବା ବାସେ

1 min
287


ସେବା ବୋଲି ତୁମେ ଯାହାକୁ କହୁଛ

ଭାବିଛ କେତେ ଥର ।

ଯାହା ତ କରୁଛ ଦରମା ନେଉଛ

ସେବା କରୁଛ କାହାର ? ୧।

କେତେ କେତେ ସେବା ପାଉଅଛ ତୁମେ

ଭାବିଛ କି କେବେ ମନେ ?

ଜନମି ସଂସାରେ ଏଡେଟିରୁ ଏଡୁଟିଏ

ହୋଇଲ କେସନେ ?୨।

ଆପେ ଆପେ ତୁମେ ବଡ ହେଲ ବୋଲି

କାହିଁପାଇଁ ଭାବୁଅଛ ?

କେହି ତ ତୁମର କରୁଥିଲା ସେବା

ଜଗିଥିଲା ଆଗପଛ ।୩।

ସେହି ସେବା ଫଳେ ବଡ ହେଲ ତୁମେ

କାହିଁକି ଯାଉଛ ଭୁଲି ।

ସେବା ମୁଁ କରୁଛି ସେବା ମୁଁ କରୁଛି

କହୁଅଛ ତୁଣ୍ଡ ଖୋଲି ।୪।

ଈଶ୍ବର ତୁମର ସେବା ପାଇଁ ପରା

ସବୁ ଦେଇଛନ୍ତି ଖଞ୍ଜି ।

ସୂରୁଜ ଚନ୍ଦ୍ରମା ପାଣି ଓ ପବନ

ଖଞ୍ଜିଛନ୍ତି ମନ ରଞ୍ଜି ।୫।

ମନେରଖିଥାଅ ସେବା ସବୁବେଳେ

ମହମହ ହୋଇ ବାସେ ।

ବାସରେ ତାହାର ମହକଇ ଧରା

ବାସ ହୋଇ ସେବା ବାସେ ।୬।



Rate this content
Log in

Similar oriya poem from Abstract