ସେ ପାଗଳୀ
ସେ ପାଗଳୀ
ବଳିଷ୍ଠ ଚେହେରା ତା'ର
ଦେଖିବାକୁ ପରୀଟିଏ ପରି
ଚାଲି ରେ ତା ମଧୁଝରେ
ଟାଣୀ ନିଏ କୋଟି କନ୍ଦର୍ପ ର ମନ।
ଆଇନା ଦେଖିଲେ ଡରି ଯାଏ
ଦେଖି ତା'ର ପ୍ରତିଛବିକୁ
ହେଉ ଥାଏ ଗୁଣୁଗୁଣୁ ସତେ କି
ସେ ପାଗଳୀ ଟିଏ
ହାରି ଯାଇଥିବା ପ୍ରେମିକା ଟିଏ।
କାହିଁକି ଏ ବିଡମ୍ବନା ଆଜିର ସମାଜେ
ଭଲ ପାଇ ଭୁଲିଯିବା
ହୃଦୟ କୁ ବିଦାରିତ କରି
ଯେମିତି ସେ ସାଉଁଟି ସାଉଁଟି ତା ଦୁଃଖ କୁ
ପାଲଟିଯିବ ପାଗଳୀ ଟିଏ ଏ ନିଷ୍ଠୁର ସମାଜେ।
ଭୁଲି ଯିବ ପରିବାର ଦୁଃଖ ସେ ପିଉଥିବ
କୋହ,ମୋହର ଓ ଲାଞ୍ଛନା ର ଗରଳ
ସବୁଥାଇ ପଡି ରହିଥିବ
ଯେମିତି ଏକ ନିଃସହାୟ ଶୁଖିଲା ତୁଣ ।
ଆଜି କାଲିର ଏ ସଂସାରେ
କିଛି ନୂଆ କଥା ନୁହେଁ
ନାରୀ ନୁହେଁ ଏକ କାଠର କଣ୍ଢେଇ
ନଚାଇବ କିଏ ତାକୁ
ପାଗଳୀ ରୂପରେ।