STORYMIRROR

Indrabadal Mohanty

Classics

3  

Indrabadal Mohanty

Classics

ସେ ନାରୀ....

ସେ ନାରୀ....

1 min
275

ସେ ନାରୀ

ବର୍ଣ୍ଣନାରେ ସବୁ ଶବ୍ଦରୁ ଉର୍ଦ୍ଧରେ 

ମାଁ ରୂପେ ଚିତ୍ରିତ ଏତେ ବଡ ଦୁନିଆରେ ଆଜି,

ପୁଣି ଧରିତ୍ରୀରୂପେ ସହନଶୀଳତାକୁ

ପ୍ରେରଣା ରୂପେ ପକାଇଛି ଆଜି ବାଜି


ସେ ନାରୀ

ଭଉଣୀ ରୂପରେ ଅମାପ ସ୍ନେହର

ଛୋଟବଡ ଗୋଟେ ଗନ୍ତାଘର,

ପତ୍ନୀ ରୂପେ ସର୍ବଦା ସୁସଜ୍ଜିତ ହୋଇ

ଫୁଲ ବଗିଚାଟିଏ ପ୍ରେମର


ସେ ନାରୀ

ରାଗର ଚରମସୀମାରେ

ସର୍ବଦା ସାଜିଥାଏ ରୁଦ୍ରାଣୀ,

ଶକ୍ତିର ରୂପେ ଭିନ୍ନ ଏକ ପରିଚୟ

ଲେଖିଚାଲେ ହୋଇ ନାରାୟଣୀ


ସେ ନାରୀ

ବନ୍ଧୁତ୍ଵରେ ଅନନ୍ୟା ରୂପେ ଭଲପାଇବାର ସ୍ରୋତଟିଏ

ହୋଇ ଅଙ୍କାବଙ୍କା ବାଟେ ଭାସିଚାଲେ,

ମନୋରମା ପ୍ରେମିକା ରୂପେ ପ୍ରୀତିର ପଲକକୁ

ଜୀବନର ରଙ୍ଗମଚରେ ଲେଖିଚାଲେ


ସେ ନାରୀ

ଚଣ୍ଡୀରୂପେ ବର୍ଣ୍ଣିତ ଆଜି ସେ 

କେତେ ଯେ ଲେଖନୀ ମୁନରୁ ଈର୍ଷା ରୂପ ନେଇ,

ଦୟାର ସାଗର ସାଜି ସେ ଆସିଛି ଅର୍ନପୂର୍ଣ୍ଣା

ଏକ ମଜବୁତ ଉଦାହରଣ ହୋଇ


ସେ ନାରୀ 

ବେଳେବେଳେ ଅହଙ୍କାରୀକୁ ଆଧାରୀ କରିଥାଏ

କେତେ ଯେ ଛଳନା ଓ ପ୍ରତାରଣା,

ପୁଣି କେତେବେଳେ ଦାନବୀ ସାଜି କରିଥାଏ

କେତେ ଯେ ସମ୍ପର୍କକୁ ଧ୍ଵଂସଭିମୂଖୀର ଯୋଜନା


ସେ ନାରୀ

ଆଶାର କିରଣରେ କେନ୍ଦ୍ରବିନ୍ଦୁ ସାଜି

ନିଜଠୁ ଜନମ ହୋଅଇ ସୁକନ୍ୟା,

ରକ୍ଷା କବଚ ହୋଇ ଛୋଟ ବେଳୁ 

ସ୍ନେହ ପ୍ରେମ ଓ ଭଲ ପାଇବାର ସେ ଆମ ଆଈ ମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics