STORYMIRROR

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ସେ ମତେ ଚାହିଁଲା ମୁଁ ତାକୁ ଚାହିଁଲି ହୋଇଗଲା ବାସ୍ ପ୍ରେମ

ସେ ମତେ ଚାହିଁଲା ମୁଁ ତାକୁ ଚାହିଁଲି ହୋଇଗଲା ବାସ୍ ପ୍ରେମ

1 min
13



ସେ ମତେ ଚାହିଁଲା ମୁଁ ତାକୁ ଚାହିଁଲି

ହୋଇଗଲା ବାସ୍ ପ୍ରେମ

ଠାରରେ ଠାରରେ ପଚାରି ବୁଝିଲୁ

କା'ର କେଉଁ ଗୁଣ ଗ୍ରାମ 

..........ସେ ମତେ ଚାହିଁଲା ମୁଁ ତାକୁ ଚାହିଁଲି

           ହୋଇଗଲା ବାସ୍ ପ୍ରେମ ! ୦ !


ସେ କହିଲା ମତେ ସପନ ଦେଶରୁ

ଆସିଛି ମୁଁ ବାଟ ଭୁଲି

ମୁଁ କହିଲି ଏଇ ଧୀରେ ଧୀରେ ଆସ

ବସିଛି ତ ବାଟ ଖୋଲି,

ହସିଲା ମୁରୁକି ଲାଜେଇ ଅଳପ

କହିଲାନି ସିଧା ନାମ

..........ସେ ମତେ ଚାହିଁଲା ମୁଁ ତାକୁ ଚାହିଁଲି

      &

nbsp;    ହୋଇଗଲା ବାସ୍ ପ୍ରେମ ! ୧ !


ମହୁଠୁ ମିଠାରେ କଥାକୁ ଉଖାରି

ଚାହିଁଥିଲା ମୋର ମୁହଁ

ଦେଖିଲି କଅଁଳ ବୟସୀ ସୁନ୍ଦରୀ

ଓଠ ତଳେ ଖେଳେ ମୋହ,

ପ୍ରିୟା ହେବ ବୋଲି ରାଣ ମୋ ଖାଇଲା

ଏଇ ଥିଲା ବଡ଼ କାମ

..........ସେ ମତେ ଚାହିଁଲା ମୁଁ ତାକୁ ଚାହିଁଲି

           ହୋଇଗଲା ବାସ୍ ପ୍ରେମ ! ୨ !


*********************************

ରଚନା: ତା.୧୫-୮-୨୦୨୦, ଦିବା-୮ଘ.୨୬ମି.

*********************************





Rate this content
Log in

Similar oriya poem from Romance