STORYMIRROR

Henarani Senapati

Abstract Crime Others

4  

Henarani Senapati

Abstract Crime Others

ସେ କାଳରାତ୍ରୀ

ସେ କାଳରାତ୍ରୀ

1 min
358

କିପରି ଭୁଲିବି ମୁଁ ସେ କାଳରାତ୍ରୀ ବ୍ୟଥା

କିଟିକିଟି ଅମାବାସ୍ୟା ଅନ୍ଧକାର କଥା ।

ଛାତ ଉପରେ ବସି ମୁଁ ଲେଖିଥିଲି କଥା

କାହୁଁ ଆସି ଅମଣିଷ କଳଙ୍କ କଲୁ ମଥା ।।


ଗୋଟିଏ କ୍ଷଣକେ ମୋର ସର୍ବସ୍ଵ ଲୁଣ୍ଠିଲୁ

କି ଦୋଷ କରିଲି ମୋତେ ଅପବାଦ ଦେଲୁ ।

ମୁହେଁ ମୋର କଳାକନା ବୁଲାଇ ଆଣିଲୁ

ନାରୀ ରୁ ପଥର ମତେ କ୍ଷଣକେ କରିଲୁ ।।


ସାଙ୍ଗ ସାଥି ମତେ ସବୁ ଘୃଣାରେ ଦେଖୁଛି

ସତେ ଯେହ୍ନେ ସ୍ବଇଚ୍ଛାରେ ଅର୍ପଣ କରିଛି ।

ତୋର କଳଙ୍କ ଯେ ମୋର ଗର୍ଭରେ ବଢୁଛି

ଚାହିଁଲେ ମାରି ପାରୁନି ମୋ ରକ୍ତ ବି ଅଛି ।।


ଏତିକି ମିନତୀ କରେ ତୋର ନିଷ୍ଠୁର ପଣକୁ

ମଣିଷ ପଣିଆ ଜଦି ଥିବ ତୋ ମନକୁ ।

ମଥାରେ ସିନ୍ଦୁର ମୋର ସାହାସେ ଦବାକୁ

ସବୁ ପାପ ଧୋଇ ପୂର୍ଣ୍ଣ୍ୟ ପ୍ରାପ୍ତ କରିବାକୁ ।।


ପାପି ରୁ ତୁ ହେଇ ଯାଆ ମୋ ମନ ଦେବତା

ଶେବା କରିବି ଯେ ମୁହିଁ ହୋଇ ତୋ ଆଶ୍ରିତା ।

ଦେଖି ନାହିଁ ଅନ୍ଧକାରେ ତୋ ମାନସିକତା

ଲେଖୁ ଲେଖୁ ଲେଖି ଦେଲି ହେବୁକି ଦେବତା ।।


ଯୋଉଠି ଥାଆ ତୁହି ମୋ କବିତା ପଢିବୁ

ଯାଣିଛି ମୋ ମୃତ୍ୟୁ ପରେ ବହୁତ କାନ୍ଦିବୁ ।

ବଞ୍ଚିବି କି ମରିବି ତୁ ନିଷ୍ପତ୍ତି କରିବୁ

ଲେଖା ଗୋଟେ ମୋ ଛାତକୁ ପକାଇ ତୁ ଦବୁ ।।


ସତ ମୁଁ କହୁଛି ଆରେ ନିର୍ବୋଧ ମଣିଷ

ମୋ ପେଟ ପିଲା ପାଇଁ ରହିବ ନି ରୋଷ ।

ବାପା, ମା ,ସାଙ୍ଗ ସାଥି ଧରିବେନି ଦୋଷ

ଜୀବନର ମୋଡ ମୋର ହବ ସର୍ବଶ୍ରେଷ୍ଠ ।।


ସ୍ବାଭିମାନର ପ୍ରତୀକ ତୁ ହେବୁ ମୋ ପାଇଁ

ଭୁଲି ଯିବି କାଳରାତ୍ରୀ କଥା ଯେ ତୋ ପାଇଁ ।

ପତ୍ନୀ ହେଇ ସ୍ବାମୀ ସୁଖ ପାଇବି ତୋ ପାଇଁ

ରଚିବ ଯେ ଇତିହାସ ନୂଆ ଆମ ପାଇଁ ।।



Rate this content
Log in

Similar oriya poem from Abstract