ସେ କାଳରାତ୍ରୀ
ସେ କାଳରାତ୍ରୀ
କିପରି ଭୁଲିବି ମୁଁ ସେ କାଳରାତ୍ରୀ ବ୍ୟଥା
କିଟିକିଟି ଅମାବାସ୍ୟା ଅନ୍ଧକାର କଥା ।
ଛାତ ଉପରେ ବସି ମୁଁ ଲେଖିଥିଲି କଥା
କାହୁଁ ଆସି ଅମଣିଷ କଳଙ୍କ କଲୁ ମଥା ।।
ଗୋଟିଏ କ୍ଷଣକେ ମୋର ସର୍ବସ୍ଵ ଲୁଣ୍ଠିଲୁ
କି ଦୋଷ କରିଲି ମୋତେ ଅପବାଦ ଦେଲୁ ।
ମୁହେଁ ମୋର କଳାକନା ବୁଲାଇ ଆଣିଲୁ
ନାରୀ ରୁ ପଥର ମତେ କ୍ଷଣକେ କରିଲୁ ।।
ସାଙ୍ଗ ସାଥି ମତେ ସବୁ ଘୃଣାରେ ଦେଖୁଛି
ସତେ ଯେହ୍ନେ ସ୍ବଇଚ୍ଛାରେ ଅର୍ପଣ କରିଛି ।
ତୋର କଳଙ୍କ ଯେ ମୋର ଗର୍ଭରେ ବଢୁଛି
ଚାହିଁଲେ ମାରି ପାରୁନି ମୋ ରକ୍ତ ବି ଅଛି ।।
ଏତିକି ମିନତୀ କରେ ତୋର ନିଷ୍ଠୁର ପଣକୁ
ମଣିଷ ପଣିଆ ଜଦି ଥିବ ତୋ ମନକୁ ।
ମଥାରେ ସିନ୍ଦୁର ମୋର ସାହାସେ ଦବାକୁ
ସବୁ ପାପ ଧୋଇ ପୂର୍ଣ୍ଣ୍ୟ ପ୍ରାପ୍ତ କରିବାକୁ ।।
ପାପି ରୁ ତୁ ହେଇ ଯାଆ ମୋ ମନ ଦେବତା
ଶେବା କରିବି ଯେ ମୁହିଁ ହୋଇ ତୋ ଆଶ୍ରିତା ।
ଦେଖି ନାହିଁ ଅନ୍ଧକାରେ ତୋ ମାନସିକତା
ଲେଖୁ ଲେଖୁ ଲେଖି ଦେଲି ହେବୁକି ଦେବତା ।।
ଯୋଉଠି ଥାଆ ତୁହି ମୋ କବିତା ପଢିବୁ
ଯାଣିଛି ମୋ ମୃତ୍ୟୁ ପରେ ବହୁତ କାନ୍ଦିବୁ ।
ବଞ୍ଚିବି କି ମରିବି ତୁ ନିଷ୍ପତ୍ତି କରିବୁ
ଲେଖା ଗୋଟେ ମୋ ଛାତକୁ ପକାଇ ତୁ ଦବୁ ।।
ସତ ମୁଁ କହୁଛି ଆରେ ନିର୍ବୋଧ ମଣିଷ
ମୋ ପେଟ ପିଲା ପାଇଁ ରହିବ ନି ରୋଷ ।
ବାପା, ମା ,ସାଙ୍ଗ ସାଥି ଧରିବେନି ଦୋଷ
ଜୀବନର ମୋଡ ମୋର ହବ ସର୍ବଶ୍ରେଷ୍ଠ ।।
ସ୍ବାଭିମାନର ପ୍ରତୀକ ତୁ ହେବୁ ମୋ ପାଇଁ
ଭୁଲି ଯିବି କାଳରାତ୍ରୀ କଥା ଯେ ତୋ ପାଇଁ ।
ପତ୍ନୀ ହେଇ ସ୍ବାମୀ ସୁଖ ପାଇବି ତୋ ପାଇଁ
ରଚିବ ଯେ ଇତିହାସ ନୂଆ ଆମ ପାଇଁ ।।
