Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ZYOTSNA PATRAW

Tragedy

5.0  

ZYOTSNA PATRAW

Tragedy

ସବୁଦିନ ହେଉ ବାପାଙ୍କ ଦିବସ

ସବୁଦିନ ହେଉ ବାପାଙ୍କ ଦିବସ

1 min
182


ତୋତେ ପାଳି ପାଳି ବୟସ ଗଡ଼ିଲା

ନିଜ ସୁଖ ତେଜି ଦୂରେ 

ଥା ପଛେ ଧନ ଦୂର ରାଇଜରେ 

ମନେ ମନେ ଆଜି ଝୁରେ 


ସକାଳରୁ ସଞ୍ଜ ଦିନ ସାରା ପରା 

ତୋ ଚିନ୍ତାରେ ଥିଲି ରହି 

ବୁଢାବୟସର ସାହାରା ସାଜି ତୁ 

ଦୁଃଖ ମୋର ନେବୁ ବୋହି 


ଅଳପ ଧନରେ ଉଣା ମୁଁ କରିନି 

ତୋର ଯାହା ଯେତେ ଅଳି 

ତୋ ଅଝଟପଣ ଶୁଣେ ବୋଲି ସଦା  

ମାଆଠୁ ଶୁଣିଛି ଗାଳି 


ତୁ ନାହୁଁ ଏଠି ମାଆ ନାହିଁ ଏଠି 

ଅଛି ତୋ ଅଝଟ ସ୍ମୃତି 

ଵୃଦ୍ଧାଶ୍ରମେ ଆଜି କଟୁଛି ଜୀବନ 

ନିତି ମରେ ଖୋଜି ଖୋଜି 


ବୁଢା ବୟସର ସାଥି ହେବୁ ବୋଲି 

ଦେଇଥିଲୁ କଥା ମୋତେ 

ଆଜି କାହା ମାୟା ଭୁଲେଇ ଦେଇଛି 

ମନେ ପଡୁନି ପରତେ 


ସବୁଦିନ ହେବ ବାପାଙ୍କ ଦିବସ 

କହିଥିଲୁ କାନ୍ଧେ ବସି 

ଫେରିଆ ଧନ ମୋ କୋଳକୁ ତୁହି 

ପାଇଯିବି ମୁହିଁ ମୁକ୍ତି


Rate this content
Log in

Similar oriya poem from Tragedy