STORYMIRROR

Gangotri Priyadarshini

Tragedy

3  

Gangotri Priyadarshini

Tragedy

ସବୁ ଭୁଲ୍ ନାରୀର

ସବୁ ଭୁଲ୍ ନାରୀର

1 min
290


ଧରି ନିଅ ସବୁ ଭୁଲ ମୋର,

ନାରୀ ଜନ୍ମ ପାଇ ନାରୀ ପରାକାଷ୍ଠା 

ଦେଖେଇ ବାରେ ହୁଏତ ମୁଁ ସଫଳ ହୋଇ ପାରି ନାହିଁ

ହୁଏତ ବୁଝିବାରେ କି ବୁଝାଇବାରେ ଅକ୍ଷମ ହେଲି 

ମୋର ସବୁ କିଛି ମୁଣ୍ଡ ପାତିି ସହି ଯିବାର ଥିଲା

ମୁଁ ଭଲ ଜୀବନ ସାଥିଟିଏ ସାଜି ପାରିଲି ନାହିଁ ।।


ମୋର ସୌନ୍ଦର୍ଯ୍ୟରେ ବି 

ମୁଁ ତାଙ୍କୁ ଆକର୍ଷିତ କରି ପାରିନି,

ଆଜି ଯାଏ ଦି ପଦ ମନ ଖୋଲା କଥା ବି ମୁଁ ହେଇନି

ଆଖି ଦେଖି ପଢ଼ି ପାରିନି ହୃଦୟ ଭାଷା

ମାଗିନି ଆଜି ଯାଏ ମୋର ଆବଶ୍ୟକତା ସବୁ

ପାଇନି କେବେ ମନ ଲାଖି ସରାଗ

କେବେ ମାେ ଅଧିକାର ସାବ୍ୟସ୍ତ କରି ପାରିନି ।।


ଅକୁହା କଥା ସବୁ ,

କେବେ ଅଭିମାନରେ କି କୋହରେ ପ୍ରକାଶ କରିନି

ସେଥିପାଇଁ ତା ମୁଁ ଆଜି ବିଫଳ ନିଃସ୍ୱ ।

ଏମିତି ଅବସ୍ଥାରେ ଜୀଇଁବା ମରିବା ସମାନ ନୁହେଁ କି?

ଏବେ କୁହ ସବୁ ଦୋଷ ମୋର ନୁହେଁ କି ?

ନାରୀତ୍ୱର ମହନୀୟତା ରକ୍ଷା କଲି କୋଉଠି ?


ଏବେ ବି ମୁଁ ଚୁପ୍, 

ଯାହା ଭୁଲ ଦେବା କଥା ଦିଅ

ସବୁ ତ ଛାଡ଼ି ଆସିଛି

ସ୍ଵପ୍ନ ସବୁରେ କେବେଠୁ ଅଳନ୍ଦୁ ଲାଗି ଗଲାଣି

ମାନ ଅଭିମାନର ଆବେଗ ଉଦବେଗ ମଧ୍ୟ ନାହିଁ

ଶୁଖି ଯାଇଥିବା ଗଛକୁ ପାଣି ଦେଇ ବଞ୍ଚେଇବା ମୁସ୍କିଲ ।


ଆଶା ରଖିନି କାହାର ଆଶ୍ୱାସନା କୁ,

ସହୃଦୟତା ଛଳରେ କାହାକୁ ଆପଣେଇ ନାହିଁ

ସମ୍ପର୍କ ଆନ୍ତରିକତା ର ଅନୁଭବ ଶୂନ୍ୟ ମୁଁ

ପାଗେଳି ବୋଲି ଭାବି ପାର ମୋତେ

ଆଉ ନିଜ ବିଷୟରେ ସଫେଇ ଦେବା 

ମୁଁ ଉଚିତ୍ ମନେ କରୁ ନାହିଁ ।।


ସମସ୍ତଙ୍କୁ ଦେଖି କେବେ ମୁହଁରେ 

ହସ ସଜେଇନି କହି ପାରିବ ?

ଅନ୍ୟର ଖୁସିରେ ଗଦଗଦ ହେଇ ନାହିଁ ବୋଲି କହି ପାରିବ ?


ହୁଏତ ମୋର ପ୍ରାରବ୍ଧ ମୋ ପିଛା ଛାଡିନି ,

ମାେ ସମୟ ଏ ଯାଏ ଭଲ ନାହିଁ କି କଣ ?

କେବେ ଯଦି ଭେଟ ହୁଅନ୍ତି ଭଗବାନ

ମୋର ଦୋଷ ତ୍ରୁଟି ପାଇଁ ,

ମାେ ପାଇଁ ଦଣ୍ଡର ପ୍ରାବଧାନ ନିଶ୍ଚେ ବୁଝି ନେବ

ଯଦି ମୁଁ ଦୋଷ ଶୂନ୍ୟ ବୋଲି ଜାଣିଵ

ଫେରେଇ ପାରିବ ଶୂନ୍ୟତାରେ

ହଜେଇ ଦେଇଥିବା ମୁହୂର୍ତ୍ତ ସବୁ ,

ମୁହଁରେ ସ୍ୱୀକାର କରି ପାରିବ କେବେ

" ହଁ ତୁମର କିଛି ଭୁଲ ନଥିଲା " ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy