Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ସ୍ବର୍ଗଦ୍ବାର

ସ୍ବର୍ଗଦ୍ବାର

1 min
408


କିଛି ମାଗୁନାହିଁ କାଳିଆରେ ତତେ

ମାଗୁନାହିଁ ତୋର ଶରଧାବାଲିରୁ ହାତେ

ଆଜି ମୁଁ ମାଗୁଛି କାଳିଆରେ

ମନା କରିବୁନି ମତେ ।।

ନିରାଶ ନକରି ଫେରାଇ ଦେବୁନି କାଳିଆ

ମନା କରିବୁନି କେବେ

ସ୍ବର୍ଗଦ୍ବାରରୁ ଟିକିଏ ଜାଗା

ଦେବୁରେ କାଳିଆ ମୋତେ

ବହୁଦିନରୁ ଭାବିଛିରେ କାଳିଆ

ଶବଟି ମୋହର ସେଠାରେ 

ଜଳୁଥିବ ଜୁଇ ହୋଇ

ପରିବାର ମୋର ଧନ୍ଯ ହୋଇଯିବେ

ତୋ ସ୍ବର୍ଗଦ୍ବାରେ ଶବଦାହ କରି ।।

ଜଳି ଜଳି ଯେବେ ପାଉଁଶ ହୋଇବି

ଆଉ ଟିକିଏ ଦୟାତୁ କରିବୁ

ସେ ପାଉଁଶ ମୁଠାଏକୁ ନେଇ

ସମୁଦ୍ରରେ ବିଂଚିଦେବୁ ।।

ମୋର ପରିବାର ତୋ ପାଖେ ଛାଡିଲି

ତାଙ୍କ କଥା ତୁ ବୁଝୁଥିବୁ

କିଛି ଆଶା ଆଉ କରିବିନି କାଳିଆ

କରୁଛି ଏତିକି ଆଶା

ମନା କରିବୁନି କେବେରେ କାଳିଆ

ବିନତି କରୁଛି ତୋ ଦୁଆରେ

ମୋ ଆଶା ଭରଶା ଭାଙ୍ଗିବୁନି କାଳିଆ

ରହିବି ସଦା ମୁଁ ତୋ ସ୍ବର୍ଗଦ୍ବାରେ ।।



Rate this content
Log in

Similar oriya poem from Tragedy