ସ୍ବପ୍ନ
ସ୍ବପ୍ନ
ସପନେ ସପନେ ଆସିଥିଲ ତୁମେ
ସପନର ସୈ।ଦାଗର
ସପନ ଡୋରୀରେ ବାନ୍ଧିଥିଲ ମନ
ସପନକୁ କରି ଦୂର ।।
ସପନେ ସପନେ ସପନର ଛିଟା
ଦେଇଥିଲା ପ୍ରୀତିଆଶା
ସପନ ସହର ହସୁଥିଲା ତେଣୁ
ମନରେ କରି ଭରସା ।।
ସପନ ବେଦିରେ ଭାସିଲା ନଉକା
ସ୍ବପ୍ନ ନାୟକ କୁ ନେଇ
ସ୍ବପ୍ନ ସହରରେ ହଜିଗଲା ବେଳେ
ଆନମନା କାହିଁପାଇଁ।।
ସ୍ବପ୍ନରେ ସ୍ବପ୍ନରେ ଉଠିଲା ସବାରୀ
ମନପ୍ରାଣ ଗଲା ପୁରି
ସପନରେ ପାଇ ପ୍ରେମର ଆଭାସ
ଲାଗୁଥିଲା ଭାରି ଭାରି ।।

