STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ସ୍ବପ୍ନ ତୁମେ କାହିଁ ଆସ ଶୁଷ୍କ ଇଲାକାକୁ

ସ୍ବପ୍ନ ତୁମେ କାହିଁ ଆସ ଶୁଷ୍କ ଇଲାକାକୁ

1 min
25


ଆରବ ସାହାରା ପ୍ରାନ୍ତ ଥିଲା ଯାହା ମରୁଭୂମି ଶୁଷ୍କ 

ବିକଶିତ ପୂର୍ଣ୍ଣ ଏବେ ଆଶାତୀତ ହୋଇଛି ଉନ୍ନତ, 

ନଦନଦୀ ବନ ଗିରି ଉପତ୍ୟକା ଉର୍ବର ଭୂମି ପ୍ରଶସ୍ତ 

ଲାଗଇ ବଡ ବିଚିତ୍ର ଉତ୍କଟ ଦାରିଦ୍ର୍ଯ ଗ୍ରସ୍ତ ପ୍ରବୁଦ୍ଧ ଭାରତ ।

ହଜାଇ ନିଜ ଅସ୍ମିତା ନିଷ୍ପେସିତ ସ୍ବାଭିମାନୀ ଜାତି

ଚାଖଣ୍ଡକ ପେଟ ପାଇଁ ଦହଗଞ୍ଜ ଦୁଃସହ ଜୀବନ,

ଅନ୍ନଛତ୍ରେ ହାତପାତି ବିକଳରେ ମାଗଇ ସାହାରା

ଘରଛାଡି ଯାଏ ଦୂର ପ୍ରବାସରେ କାଟଇ ଯୌବନ ।

ଗ୍ରାସିଯାଏ ଜନମନ ରାହୁ କେତୁ ଭ୍ରଷ୍ଟାଚାର ଅହଂକାର 

ଛଳେ ନୀଚ୍ଚ ପ୍ରପଞ୍ଚକ ଦୁରାଚାରୀ ଭୟ ଓ ଆତଙ୍କେ,

ପରିପୂର୍ଣ୍ଣ ସବୁ କିଛି ଥାଇ ସୁଦ୍ଧା ନିରୁପାୟ ପନ୍ଥା

କିଂକର୍ତ୍ତବ୍ଯ ହୀନିମାନ ରଙ୍କ ପରି ଜାତି ଲୋଟେ ପଙ୍କେ ।

ହଜାଇ ପାଉନି ଖୋଜି ସତେ ଯାଇଛି କ୍ଲୀବ ପାଲଟି

ସମୁଜ୍ଜ୍ୱଳ ବୀର ଜାତି ଗୌରବ ତା ସ୍ବର୍ଣ୍ଣ ଅଧ୍ଯାୟକୁ,

ଖୋଜିବୁଲେ ଭ୍ରମି ଚଉଦିଗ ସୁଗନ୍ଧ କସ୍ତୁରୀ ମୃଗ

ଅକାରଣ ସ୍ବପ୍ନ ତୁମେ କାହିଁ ଆସ ଶୁଷ୍କ ଇଲାକାକୁ ।

ହେଉଅଛି ଦିନରାତି ନିତି ସତ୍ଯ ଯଦି ସୂର୍ଯ୍ଯ ଚନ୍ଦ୍ର 

ଆକାଶରେ ଯେବେତକ ହେଉଥିବେ ଉଦୟ ଓ ଅସ୍ତ,

ପୁନଃ ଦିନେ ହେବ ଉଦ୍ଭାସିତ ସୁସଂସ୍କାର ସୁସଂହତି

ଗିରି ଲଙ୍ଘି ପଙ୍ଗୁ ଜାତି ସ୍ମରିବ ପୂର୍ବ ଐତିହ୍ଯ ହେବ ସୁପ୍ରଭାତ ।

         ------



Rate this content
Log in

Similar oriya poem from Tragedy