STORYMIRROR

subrat kumar jena

Fantasy

3  

subrat kumar jena

Fantasy

ସ୍ବପ୍ନ ହଜେ

ସ୍ବପ୍ନ ହଜେ

1 min
229

 

ସବୁକିଛି ଥିଲାବେଳେ ଠିକ ଠାକ,

ହେଲେ ତା ଭିତରେ ଯେବେ ହଜେ ମୁଁ,

ଏକ ଅବାସ୍ତବ ଲକ୍ଷକୁ ପିଛାକରି,

ଆଦୃଶ୍ୟ କୁ ଦୃଶ୍ୟ ବୋଲି ଭାବି,

ମନ ଉଡ଼ିବୁଲେ କେଉଁ ଏକ ଅଜଣା ସହରେ,

ଭେଟ ହୁଏ କେତେ ବନ୍ଧୁ ପରିଜନଙ୍କ ସହ,

ସୃଷ୍ଟି ହୁଏ କେତେ ନୂଆ ସମ୍ପର୍କର ପରିଭାଷା,

କେବେ ପୁଣି ଭାଙ୍ଗିଯାଏ ପୁରୁଣା ଭାବ,

ଭାବର ନାବରେ ମନ ମାଡିଚାଲେ ଅନେକ ଦୂର,

ସବୁ ରାତିକୁ କରିବାକୁ ଚାହେଁ ରଙ୍ଗୀନ ରଙ୍ଗୀନ,

କିନ୍ତୁ ଅଜାଣତରେ ଚୋରି ହୁଏ ସବୁ ସ୍ବପ୍ନ,

ମନ ଭାଙ୍ଗି ପଡେ ଅଦିନ ଝାଞ୍ଜିରେ,

ସବୁଆଡେ ଖର ମଳୟର ପ୍ରବାହ,

ଶାନ୍ତି ଆଉ ଆରାମ ମିଳିବ ବା କାଁହୁଁ,

ତେବେ ଏ ଭୁଲ ଅଚାନକ କାହିଁକି ,

ମନ ବୋଧେ ହୋଇଥିଲା ବେପାରୁଆ,

କାଚ କୁ ଭାବି ବସିଥିଲା କାଂଚନ,

କେତେ ସହଜରେ ଖାଇଗଲା ଧୋକା,

ଏତେ ସବୁ ହେଲା ପରେ ସେ ଆଜି ତତ୍ପର,

ଜୀବନ ର ଜଟିଳ ମାନସାଙ୍କ କୁ ସମାଧାନ କରିବାକୁ,

ଆଉଥରେ ଭୁଲର ସମୀକ୍ଷା କରି,

ପୁନର୍ବାର ସୁଯୋଗ ନଦେବାକୁ ଜୀବନରେ ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy