STORYMIRROR

jyotsna mayee panda

Classics

3  

jyotsna mayee panda

Classics

ସଭ୍ୟତାର ସ୍ୱର

ସଭ୍ୟତାର ସ୍ୱର

1 min
185

ଆଜି ଭାରି ଅଜବ ଲାଗେ ମୋତେ

ଶୁଣି ସେଇ ଶବ୍ଦ ପହେଳିକା

ମଣିଷ ବୁଝୁନି ମଣିଷର ଭାଷା

ଆଜି ଅଜବ ଲାଗେ ସେ ଶବ୍ଦ ସମ୍ଭାର

ହେ ମଣିଷ କଣ ତୁମେ ଅବାହମାନ କାଳରୁ ଶିକ୍ଷିଛ?

ସେତେବେଳେ ନ ଥିଲା ଏ ଶବ୍ଦର ସ୍ୱତ୍ଵା

ମଣିଷ ଧ୍ୱନିରେ ବୁଝୁ ଥିଲା ସବୁ କଥା

ସେତେବେଳେ ନ ଥିଲା ଏ ବର୍ବରତା, ଅମାନୁଷିକତା

ନ ଥିଲା ହିଂସା, ନ ଥିଲା ଦ୍ୱେଷ କି କପଟତା

ନ ଥିଲା ମଣିଷ ମଣିଷ ଭିତରେ ଧର୍ମାନ୍ଧତା

ପୁଣି ନ ଥିଲା କାହା ପ୍ରତି ତିକ୍ତତା

ଭାଷା ଆଉ କିଛି ଶବ୍ଦ ରେ ଥାଏ କି ସଭ୍ୟତା?

ଭାଷା ଆଉ ଶବ୍ଦ ରେ ଥାଏ କି ମଣିଷ ର ଭାବ?

ତେବେ କାହିଁକି ଆଜି ଜାତି ଜାତି ମଧ୍ୟ ରେ ବିଭେଦ

କାହିଁକି ସେ ହିନ୍ଦୁ, ମୁସଲିମ ମଧ୍ୟ ରେ ସେ ପ୍ରଭେଦ

ସବୁ ମଣିଷ ର ରକ୍ତ କଣ ଲାଳ ନୁହଁ

ସବୁ ମଣିଷ ର ହୃଦୟ ନାହିଁ?

ପୁଣି କାହିଁକି ମଣିଷ ଶିଖିଲା ଏ ଶବ୍ଦ ର ସଂହିତା

କାହିଁକି ହଜି ଗଳା ସେ ମନିଶପ୍ତ ର ଭାଷା

କାହିଁକି ଆଜି ଦେଶ ଦେଶ ମଧ୍ୟ ରେ ତିକ୍ତତା

ନାହିଁ କାହା ହୃଦୟ ରେ ଆଜି ମାନବିକତା

କଣ ଇଏ ସେଇ ଆମ ଉନ୍ନତ ସଭ୍ୟତା

ନାହିଁ କାହା ହୃଦୟ ରେ ସ୍ନେହ କି ମମତା

କଥା କଥା ରେ ମିସାଇଲ ର ଧମକ

କାହିଁକି ଏ ମଣିଷ ସମାଜ ତୁମର ଏ ଦାମ୍ଭିକତା

ଧ୍ୱଂସ ପରେ ଆଉଥରେ ପାଇବ କି ଧରାର ସ୍ୱତ୍ଵା

ସେ ଶବ୍ଦକୁ ଆପଣେଇ ଆଜି ଶିଖାଉଛ ସଭ୍ୟତା

ଏହା ନୁହଁ କେବେ ମାନବିକତା ଏହା ଧୃଷ୍ଟତା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics