ସ୍ବଭାବ
ସ୍ବଭାବ
ଋତୁ ବଦଳାଏ ମାସ ବଦଳାଏ
କ୍ରମଶଃ ଯେ ଦିନ ବାର
ପ୍ରାଣୀ ଜଗତର ପ୍ରକୃତି ସ୍ଵଭାବ
ଅପରିବର୍ତ୍ତିତ ସ୍ଥିର ।
ସମ୍ମୁଖରେ କିଏ ମିଷ୍ଟଭାଷୀ ହୁଏ
ଅର୍ଦ୍ଧ ରାତେ କରେ ଖେଳ
ଫେସବୁକରେ ଟ୍ୟାଗ କରନ୍ତି
ଦେଇ କରଶାଖା ବଳ ।
ସୁନ୍ଦରୀ ରୂପସୀ ଉରଜ ଯେ ଶଶି
ହୃଦୟରେ ଭାବି ନେଇ
ନୀଚ ମାନସିକ ପ୍ରସ୍ଫୁଟିତ କରି
ସୁରା ପାତ୍ର ଦେଲେ ଥୋଇ ।
ଲେଖନୀ ପ୍ରକାଶେ ନିଷ୍ପାପ କଳୁଷ
କାହାର କେତେ ଯେ ଭାବ
ପ୍ରେମର ବିଭାସ ଏକତରଫା ରେ
ବୁଝେ ନାହିଁ କ୍ଷତି ଲାଭ ।
ଅପବ୍ୟୟ କରି ସମୟ ବେଳକୁ
ଆପଣାର କର ନାହିଁ
ସେଥିପାଇଁ ଲୋଡା ସରଳ ହୃଦୟ
ଅନୁଭବି ଥିବ ଚାହିଁ ।
ଫେସବୁକଟା ଖୋଲା ମଇଦାନ
ଚଳନ୍ତି ଯେ ନାବାଳକ
ନିଶି ଯାମିନୀରେ ପ୍ରେମ ନିବେଦନ
ବୁଝାଏ କି ଭଦ୍ର ଲୋକ ।
ଲଜ୍ୟାଶୀଳା ହୋଇ ମିତଣୀ ବୋଲଇ
ଶୁଣ ମୋର ନାନୀ ଶୁଣ
ରାତି ଅଧେ ଯିଏ ଟ୍ୟାଗ କଲା ଲୋ
ବୋଳି ଦିଅ କଳା ଚୁନ ।
ଅନୁରୋଧେ ମୋର ଏହି ଯେ କବିତା
ଗୁହାରି କରୁଛି ଆଜି
ଟ୍ୟାଗ୍ କରିବ ଶୁଦ୍ଧ ପୁତ ମନେ
ନଚେତ୍ ତୁମେ ଯେ ପାଜି ।
