STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ସ୍ବାର୍ଥପର

ସ୍ବାର୍ଥପର

1 min
242

ହଁ, ମୁଁ ମାନୁଛି ଶତବାର

ମୁଁ ଗୋଟିଏ ସ୍ବାର୍ଥପର

ଏଇଟା ହିଁ ମୋର ପରିଚୟ

ମୁଁ ପେସାଦାର ସ୍ବାର୍ଥପର

ସତ୍ଯ ତ ଚିରକାଳ ସତ୍ଯ

ସ୍ବୀକାର ନ କରିବି କାହିଁ

ଏଥି ବିନୁ ଗତ୍ଯାନ୍ତର ନାହିଁ

ସ୍ବାର୍ଥପର ତ ସ୍ବାର୍ଥପର

କହିବାକୁ କାହିଁକି ବା ଡର ।


ହଁ ହଁ ହଁ, ମୁଁ ସ୍ବାର୍ଥପର

ଆପଣାର ସ୍ବାର୍ଥ ବିନା

ନଦିଶଇ କିଛି ମୋତେ

ସ୍ବାର୍ଥ ପୂର୍ତ୍ତି ପାଇଁ ଦିନରାତି

ଚେଷ୍ଟିତ ମୁଁ ନିରନ୍ତର

ଧାବମାନ ଇତସ୍ତତଃ

କରିବାକୁ ହସ୍ତଗତ

ସକଳ ଐଶ୍ଵର୍ଯ୍ୟ ଜଗତର।


ଏଇ ଜୀବନେ କାହାରିକୁ

ମୁଁ କିଛି ବି ଦେଇନି

କି କାହାଠାରୁ କିଛି

ପାଇବାର ଆଶା ବି ରଖିନି

ଦାନ ପ୍ରତିଦାନ ଆଶା ପ୍ରତ୍ଯାଶାର

ବୋହି ନାହିଁ ଗୁରୁଭାର

ଏଇ ସବୁ ଶବ୍ଦର ଅର୍ଥ

ମୁଁ କିଛି ବି ଜାଣିନି।


ଜାଣିଛି ଏତିକି ଏଇ ଦୁନିଆରେ

ସଭିଏଁ ସ୍ବାର୍ଥପର

ଦୁନିଆର ରୀତିନୀତିରେ

ମୁଁ ବି ପାଲଟିଗଲି ସ୍ବାର୍ଥପର

ଭୁଲ୍ ବା ରହିଲା କେଉଁଠି

ମଣିଷ ମାତ୍ରକେ ସ୍ବାର୍ଥପର

ମୁହିଁ ବି ତ ସ୍ବାର୍ଥପର

ଏଥିରେ ଭୂଲ୍ କିବା ମୋର ।


ହଁ ମୁଁ ନିଶ୍ଚିତରେ ସ୍ବାର୍ଥପର

କାହାରି ପ୍ରମାଣ ପତ୍ର

ସେ ଲାଗି ନାହିଁ ଦରକାର

ମାତ୍ର ନୁହେଁ ପ୍ରବଞ୍ଚକ ଶଠ

କହୁଅଛି ନିରୁତା ସତ୍ୟ

ଭଦ୍ରାମିର ମୁଖା ପିନ୍ଧି କାହାରିକୁ

ଠକିବା ନାହିଁ ମୋ ଜାତକେ

ସେଥିପାଇଁ ମୁକ୍ତ କଣ୍ଠେ

ଯୋଡ଼ ହସ୍ତେ କରଇ ସ୍ବୀକାର

ମୁଁ ଗୋଟିଏ ସ୍ବାର୍ଥପର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract