STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସ୍ବାଧୀନ ଆମେ ସ୍ବତନ୍ତ୍ର ଆମେ

ସ୍ବାଧୀନ ଆମେ ସ୍ବତନ୍ତ୍ର ଆମେ

1 min
269


ପ୍ରଗତି ସୂର୍ଯ୍ୟ ଉଠେ ହସି ଯହିଁ 

ଅମୀୟ ଢାଳେ ଚନ୍ଦ୍ର 

ସେହି ମୋ ପ୍ରିୟ ଜନମ ଭୂମି 

ଭାରତ ଦେଶ ମୋର । 

ସ୍ବାଧୀନ ଆମେ ସ୍ବତନ୍ତ୍ର ଆମେ

ଭାରତ ସାର୍ବଭୌମ୍ୟ

ଲେଖିବୁ ଆମେ ଇତିହାସରେ

ନୂଆ ଅଧ୍ଯାୟ ସ୍ବର୍ଣ୍ଣ ।

ପାଳିଛୁ ଆମେ ସ୍ୱାଧୀନତାର

ବର୍ଷ ପଚସ୍ତରୀ ପୂର୍ଣ୍ଣ

ଚାଲେ ଅମୃତ ମହା ଉତ୍ସବ

ଉଜ୍ଜ୍ୱଳ ଆୟୋଜନ ।

ଉଡେ ତ୍ରିରଙ୍ଗା ବିଜୟ ବାନା

ପ୍ରତିଟି ନଗ୍ର ପୁରେ

ଗୁଞ୍ଜେ ଜାତୀୟ ସଙ୍ଗୀତ କଣ୍ଠେ

ହର୍ଷ ଉଲ୍ଲାସ ଭରେ ।

ଜୀବନ ଆମ ସ୍ୱଚ୍ଛନ୍ଦ ମୁକ୍ତ

ନିରବଚ୍ଛିନ୍ନ ଶିକ୍ଷା

ପଢ଼ିବା ଆମେ ବଢିବା ଆମେ

ହେବା ଜଗତଜିତା ।

ସାକ୍ଷର ହେବା କୁଶଳୀ ହେବା

ହେବା କରମବୀର

ସବୁଜକ୍ରାନ୍ତି ସ୍ୱଅବଲମ୍ବୀ

ସୁଗୁଣ ମାନ ସାର ।

ଜ୍ଞାନ ବିଜ୍ଞାନେ ହେବା ଉନ୍ନତ

କରିବା ଅଗ୍ରଗତି

ରଖିବା ଆମେ ଦେଶର ଟେକ

ମହାନ ଯଶ କୀର୍ତ୍ତି ।

ଆମ ଐତିହ୍ୟ ଆମ ସଂସ୍କୃତି

ଉଜ୍ଜ୍ବଳ ପରମ୍ପରା

ଆମର ପେଶା ଆମ ଜୀବିକା

ଗୁଣ ସ୍ୱ।ତନ୍ତ୍ରେ ଭରା ।

ଆମର ନୀତି ଅହିଂସା ଶାନ୍ତି

ନିଷ୍ଠା କର୍ତ୍ତବ୍ୟ ପୁଣି

ଆମ ସେନାନୀ ଅଟେ ଅଜେୟ

ସାହସୀ ସ୍ୱ।ଭିମାନୀ ।

ସତ୍ୟର ଜୟ ଧର୍ମର ଜୟ

ଆମ ମୁକତି ମନ୍ତ୍ର

ଆମରି ହାତେ ଆମ ଶାସନ

ସଶକ୍ତ ଗଣତନ୍ତ୍ର ।

ସମୂହ ଆମ ଉଦ୍ୟମ ବଳେ

ଲଭିବା ଉତ୍କର୍ଷତା

ସମାଜ ଆମ ହେବ ସୁଦୃଢ

ସୁଲଭେ ଉଚ୍ଚ ଶିକ୍ଷା ।

ମହାନ ଆମ ଦେଶ ଭାରତ

ସୁନ୍ଦର ସ୍ୱର୍ଗ ଠାରୁ

ସଫଳ ଆମ କର୍ତ୍ତବ୍ୟ କର୍ମେ

ହୋଇବା ବିଶ୍ଵଗୁରୁ ।



Rate this content
Log in

Similar oriya poem from Inspirational