STORYMIRROR

Niranjan Sahu

Fantasy

3  

Niranjan Sahu

Fantasy

ସୌନ୍ଦର୍ଯ୍ୟ ର ଗନ୍ତାଘର,,

ସୌନ୍ଦର୍ଯ୍ୟ ର ଗନ୍ତାଘର,,

1 min
28

କେଉଁ ବିନ୍ଧାଣୀ ଗଢ଼ିଲା ତୋତେ ଲୋ    

ବହୁତ ସୁନ୍ଦର ଦିଶୁଛୁ

ମଲ୍ଲୀ ଫୁଲ ମାଳ ଗଭାରେ ସଜେଇ

ମୁରୁକି ମୁରୁକି ହସୁଛୁ


ହସଟି ତୋହର ଅତି ମନଲୋଭା

ଖିଲି ଖିଲି ହୋଇ ହସୁଛୁ

ମୁହଁଟି ତୋହର ପୂର୍ଣ୍ଣିମାର ଚାନ୍ଦ

କାହା ବାଟ ଚାହିଁ ବସିଛୁ...


ଆଖି ଦୁଇ ତୋର ମୃଗ ନୟନୀଲୋ

ମଥାରେ ଟିକିଲି ନାଇଛୁ

ଦନ୍ତ ପଂକ୍ତି ତୋର ମୁକୁତାର ମାଳ

କାନରେ ଝୁମୁକା ପିନ୍ଧିଛୁ


ଚାହାଣିରେ ତୋର କି ଯାଦୁ ରଖିଛୁ

ଛାତିକୁ ବିଦାରି ଦେଉଛୁ

ଗିନି ସୁନା ରଙ୍ଗ ଦେହରେ ମାଖି ଲୋ

ସଭିଙ୍କୁ ପାଗଳ କରୁଛୁ


ମୁଣ୍ଡ ବାଳ ତୋର ଗଙ୍ଗଶିଉଳୀ ଲୋ

ଝଲ ମଲ ହୋଇ ଦିଶୁଛି

ଗଳାରେ ତୋହର ମୁକୁତାର ମାଳ

ଗଳାକୁ ସୁନ୍ଦର ମାନୁଛି.....


ନୀଳ ରଙ୍ଗର ଶାଢୀ ପିନ୍ଧିଅଛୁ

ବାଦଲ ଭଳିଆ ଦିଶୁଛି

ନୀଳ ଶାଢ଼ୀ ସଙ୍ଗେ ନୀଳ ବ୍ଲାଉଜଟା

ସୁନ୍ଦର ମେଚିଙ୍ଗ ହୋଇଛି.....


ଉର୍ବଶୀ ମେନକା ହାର ମାନି ଯିବେ

ତୋ ରୂପଲାବଣ୍ୟ ପାଖରେ

ମୁନି ଋଷି ଅବା ଦେବତା ଦାନବ

ତରଳି ବେ ତୋର ସ୍ପର୍ଶରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy