STORYMIRROR

Akshaya Dash

Romance Fantasy Inspirational

4  

Akshaya Dash

Romance Fantasy Inspirational

ପତିତ ପାବନ

ପତିତ ପାବନ

2 mins
13


ପତିତ ପାବନ ଜଗନ୍ନାଥ ଆମ 

ପତିତ ଉଦ୍ଧାର ପାଇଁ,

ରତ୍ନ ସିଂହାସନ ଠାରୁ ସିଂହ ଦ୍ଵାରା

 ଠାକୁର ଆସିଲେ ଧାଇଁ।

ରାମଚନ୍ଦ୍ର ଦେବ ରାଜାଙ୍କୁ ଦର୍ଶନ

ଦେବାପାଇଁ ଜଗଦୀଶ,

ଭକ୍ତର ଅଧୀନ ଅଟନ୍ତି ଇଶ୍ଵର 

ସିଂହ ଦ୍ୱାରେ ପରବେଶ।

ମୋଗଲସମ୍ରାଟ କପ୍ତି ଖାଁଙ୍କ ନାଟ

ରାଜାଙ୍କୁ ପରାସ୍ତ୍ର କରି,

ବନ୍ଦୀ କରି ନେଇ କାରାବାସ ଦେଇ 

ମନ୍ଦିର ପ୍ରବେଶ ଧରି।

ସୁନା ଅଳଙ୍କାର  ମନ୍ଦିର ଅମାର

ଅତ୍ୟାଚାର ଲୋଭ ଦେଖି,

କପ୍ତିଙ୍କ ଦୁହିତା ରୋଜିଆର ଚିନ୍ତା

କିପରି ପାରିବ ରୋକି।

ଯବନ ପ୍ରବେଶ ଶ୍ରୀମନ୍ଦିର ଦେଶ

ଯୁଗେ ଯୁଗେ ଅପଜଶ,

ଇଶ୍ଵର ବିଶ୍ୱାସ ହିନ୍ଦୁ ଧର୍ମ ହ୍ରାସ

ମନେ ମନେ ପରକାଶ।

ପାଞ୍ଚିଲେ ଉପାୟ କରିବେ ବିବାହ

ରାଜାଙ୍କ ନିକଟ ଯାଇ,

ଲାଗେ ମତେ ବ୍ୟଥା ଶୁଣ ମୋର କଥା 

ନିବେଦନ ଘେନ କହି।

ମୋର ମାତା ହିନ୍ଦୁ ପରିବାର କିନ୍ତୁ 

ଜଗନ୍ନାଥ ଆମ ଦିଅଁ,

ଶ୍ରୀମନ୍ଦିର କେବେ ଯବନ ପ୍ରବେଶ

ହେବ ନାହିଁ ବିଭା ହୁଅ।

ରୋଜିଆର କଥା ଶୁଣି ରାଜା ମଥା

ଘୁରଇ ସଙ୍କଟ ବେଳେ,

ଯବନ ଯୁବତୀ ସଡଜନ୍ତ୍ର ମତି 

ସନ୍ଦେହ ମନରେ ଖେଳେ।

ତୁମକୁ ବିବାହ କରିବାକୁ ହେବ

ଆମ ଦେବତାଙ୍କ ପାଇଁ,

ସର୍ତ୍ତ ଟିଏ ହେବ ଛୁଇଁ ବିନି ଦେହ

ରାଜା ରୋଜିଆକୁ ଚାହିଁ।

ସର୍ତ୍ତରେ ରାଜି ହୋଇଲେ ରୋଜିଆ 

ହେବ ମୋର କାର୍ଯ୍ୟ ପୂର୍ଣ୍ଣ 

ଶ୍ରୀଦେଉଳ ବେଢ଼ା ଯବନନ ନଗଲେ 

ଜୀବନ ଲଭିବି ଧନ୍ୟ।

ରୋଜିକୁ ଵିଭା କରନ୍ତି ରାଜନ

ଏମନ୍ତେ ଯବନ ବୋଲି,

 ରାଜା ନିନ୍ଦା କରି ପଣ୍ଡା ପଡ଼ିହାରି 

ଛାଡ଼ିଲେନି ଦ୍ଵାର ଖୋଲି।

ଜଗା ଦରଶନ ନୋହିଲା ରାଜନ

ସିଂହ ଦ୍ୱାରେ କଲେ ରଡି ,

ଆହେ ଅନ୍ତର୍ଯ୍ୟାମୀ ସବୁକଥା ଜାଣି

ଦିଅ ଦରଶନ ବାଢ଼ି ।

ଭକତର ଧନ ରତ୍ନ ସିଂହାସନ

 ବାହୁଡ଼ିଲେ ସିଂହ ଦ୍ୱାର,

ଦେଲେ ଦରଶନ ସେଇଦିନୁ ଜାଣ

ପତିତ ପାବନ ସାର।

ପତିତ ଜନଙ୍କ ଦରଶନ ତାଙ୍କ 

ସିଂହ ଦ୍ୱାରେ ଜଗନ୍ନାଥ,

ବିଗ୍ରହ ଠାକୁର ଦର୍ଶନ ବ୍ୟାକୁଳ 

ରାମ ଚନ୍ଦ୍ର ଦେବ ଭକ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance