STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ଅଯୋଧ୍ୟାରେ ଶ୍ରୀ ରାମ

ଅଯୋଧ୍ୟାରେ ଶ୍ରୀ ରାମ

2 mins
12

ଏତେ ଦିନ ପରେ ପାଇଛ ପ୍ରଭୁ ହେ

ତୁମ ନିଜ ବାସସ୍ଥାନ,

ତୁମ ରଚିଥିବା ଛାର ଏ ମନୁଷ୍ୟ

ରଖିନାହିଁ ତୁମ ମାନ।

ହିନ୍ଦୁ ମାନସର ଆରାଧ୍ୟ ହୋଇ ମଧ୍ଯ

ତମ୍ବୁରେ ରହିଲ ଯାଇ,

ଶରଣାର୍ଥୀ ହେଲ ପ୍ରଭୁ ହେ

ତୁମ ଅଯୋଧ୍ୟା ମାଟିରେ ଥାଇ ।

ତ୍ରେତୟା ଯୁଗରେ ପ୍ରଭୁ ହେ

ରାବଣ ସୀତାଙ୍କୁ ଛଳେ କରିଥିଲା ଚୋରି,

ବାବରନାମେ ଅତ୍ୟାଚାରୀ ରାବଣ ଯେ

ଦେଇଥିଲା ତୁମ ଜନ୍ମସ୍ଥାନ ଧ୍ଵଂସ କରି ।

ସୁଦିନ ଆସିଛି ଆଜି ଅଯୋଧ୍ୟାରେ

ହୋଇଛି ନୂତନ ରାମ ମନ୍ଦିର ନିର୍ମାଣ,

ପଞ୍ଚଶତ ବର୍ଷରୁ ଚାଲିଛି ସଂଘର୍ଷ

ହେଲା ଯେ ଆଜି ପୂରଣ ।

ତୁମ ଜନ୍ମସ୍ଥାନ ଉଦ୍ଧରିବା ପାଇଁ

ଲକ୍ଷ ଲକ୍ଷ କାରସେବକ ଦେଇଛନ୍ତି ବଳିଦାନ,

ତାଙ୍କ ପରିଶ୍ରମ ଆଜି ସାର୍ଥକ ହୋଇଛି

ପାଇଛି ଅଯୋଧ୍ୟା ତାର ହଜିଲା ଗୌରବ ସମ୍ମାନ।

ଜାଣିଛି ପ୍ରଭୁ ହେ ତୁମେ ସର୍ବବ୍ୟାପୀ

ତୁମେ ଯେ ଅନାଦି ଅନନ୍ତ

ସର୍ବଘଟ ମଧ୍ୟେ ରହିଅଛ ତୁମେ

ନାହିଁ ତୁମ ଆଦି ଅନ୍ତ।

ଏହି ସାରା ସୃଷ୍ଟି ତୁମରି ପାଳିତ

ଆହେ ମର୍ଯ୍ୟାଦା ପୁରୁଷୋତ୍ତମ

କୋଣେ ଅନୁକୋଣେ ଯାର ସତ୍ତା ଯେ ରହିଛି

ତାର ମନ୍ଦିରରେ କେଉଁ କାମ ?

ତଥାପି ମନୁଷ୍ୟ ତାର ଅଛି କ୍ଷୀଣ ବୁଦ୍ଧି

ରଖୁଛି ମନ୍ଦିରେ ତୁମକୁ ଦେଇ ଦିବ୍ୟସ୍ଥାନ,

ତୁମ ପାଇଁ ପ୍ରଭୁ କିବା ଦରକାର

ମନ୍ଦିର ଅବା ରାଜ ସିଂହାସନ ?

ଜୀବ ମୁକ୍ତିପାଇଁ ଏକ ମାଧ୍ୟମ ଦରକାର

ପ୍ରଭୁ ତୁମ ଦେବାଳୟ ହିଁ ପ୍ରକୃଷ୍ଟ ସ୍ଥାନ,

ହୃଦୟର ପ୍ରତି କଣରେ ଯେ ରମନ କରଇ

ସିଏ ଅଟନ୍ତି ରଘୁବର ଶ୍ରୀରାମ ।

ଶୁଭଦିନ ଆଜି ଆସି ଯେ ଯାଇଛି

ଅଯୋଧ୍ୟାରେ ହେବ ରାମ ମନ୍ଦିର ପ୍ରତିଷ୍ଠା

ରାମ ହିଁ ହେଉଛନ୍ତି ଆମରି ଆଦର୍ଶ

ଧନ୍ୟ ତାଙ୍କ ସତ୍ୟନିଷ୍ଠା।

ଭବ୍ୟ ମନ୍ଦିର ଆଜି ପ୍ରଭୁଙ୍କୁ ଅନାଇ ବସିଛି

ଖୁସିରେ ନାଚୁଛି ଅଯୋଧ୍ୟା ଧାମ।

ଏ ମନୁଷ୍ୟ ଜୀବନ ହିଁ ତାଙ୍କରି ଆଶ୍ରିତ

ଏକା ଧ୍ରୁବ ସତ୍ୟ ରାମନାମ।

ସ୍ବାଗତ ହେ ପ୍ରଭୂ ପଦାର୍ପଣ କର

ତୁମ ନବନିର୍ମିତ ମନ୍ଦିରେ,

ତୁମ ଆଶିର୍ବାଦେ ସାରା ଜଗତ ସୁଖୀ ହେଉ

ରାମରାଜ୍ୟ ହେଉ ଏ ସଂସାରେ।

ଜୟ ଶ୍ରୀ ରାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics