STORYMIRROR

Trupti Paikaray

Fantasy Others Romance

1.0  

Trupti Paikaray

Fantasy Others Romance

ମୁଁ ଏକ ସୁନ୍ଦର କବିତା

ମୁଁ ଏକ ସୁନ୍ଦର କବିତା

1 min
26.4K


 

 

“ମୁଁ ଏକ ସୁନ୍ଦର କବିତା

 

ମୁଁ ଏକ ଅପାଶୋରା କୋହ କେଉଁ ଏକ ଦରଦୀ ମନର,

ଏକ ନୀରବ ନିର୍ବାଣ କେଉଁ ଏକ ଗୁପ୍ତ ତପସ୍ୟାର,

ଏକ ଅବ୍ୟକ୍ତ ଅନୁଭବ ପ୍ରୀତି ତୃଷ୍ଣାର,

ମୁଁ ଏକ ରଙ୍ଗୀନ ଆବରଣ ସେଇ ନାଲି କୃଷ୍ଣଚୂଡ଼ାର,

ମଲ୍ଲହାର ମେଘ ଦୁନ୍ଦୁମୀର,

ସ୍ନିଗ୍ଧ ସମୀର ନିଦାଘ ବୈଶାଖର,

ମୁଁ ଏକ ଅଲିଭା ଇତିହାସ ସମୟ ପୃଷ୍ଠାର,

ମୁଁ ଏକ ସୁନ୍ଦର କବିତା କେଉଁ ଏକ ଶବ୍ଦ କାରିଗରର I

 

 

Trupti…..

 

 

 

 

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy