STORYMIRROR

Sitansu Jena

Classics Fantasy Children

4  

Sitansu Jena

Classics Fantasy Children

ଜୀବନ ଏମିତ

ଜୀବନ ଏମିତ

2 mins
398


ମୁଁ ଜୀବନ କଣ ଜାଣିନି ସିନା କିନ୍ତୁ ଜୀବନର ଚକାଭଉଁରୀ ଖେଳରେ କେବେ କୌକୌକା ରାଣୀ ଆଣ୍ଠୁଏ ଆଣ୍ଠୁଏ ପାଣି ଦେଖିଛି ଆଉ ବେଳେବେଳେ ପୁରୁଷେ ପୁରୁଷେ ପାଣି ଭିତରେ ମୁଁ ବୁଡି ଯାଇଛି ଜାଣିନି ମୁଁ ଥଳକୁଳ ପାଉ ନ ଥିବା ପିମ୍ପୁଡିଟି ସେଦିନ ପକ୍ଷୀ ସାବକ ଝରେଇଦେଇଥିବା ଶୁଖିଲା ପତ୍ର ଟିକୁ ସାହାରା କରି କୂଳକୁ ଆସିଲା ସିନା ଆଉ ସେଦିନ ନିଜ ୠଣ ସୁଝିବାକୁ ଯାଇ ବ୍ୟାଧ ଯେତେବେଳେ ପକ୍ଷୀ ଶିକାର ପାଇଁ ଧନୁରେ ଗୁଣ ଦେବାକୁ ଉଦ୍ୟତ ହେଉଥିଲା ଠିକ ସେତିକିବେଳେ ପିମ୍ପୁଡିଟି ବ୍ୟାଧର ଗୋଡ଼କୁ କାମୁଡି ଦିଅନ୍ତେ ଅନ୍ୟମନସ୍କ ବ୍ୟାଧ ର ଶବ୍ଦ ରେ ପକ୍ଷୀ ଉଡ଼ିଗଲା ଆଉ ଜୀବନ ଫେରି ପାଇଲା କି ସୁନ୍ଦର ମିତ୍ରତା ।


  ସେଦିନ ଗଜରାଜ କୁ କୁମ୍ଭୀର ଯେତେବେଳେ ଅତଳ ଜଳଧି ଭିତରକୁ ଟାଣି ନେଉଥିଲେ ସେତେବେଳେ କିଂକର୍ତ୍ତବ୍ୟବିମୁଢ ଗଜ ସରଣା ଗତ ଦିନାର୍ତ୍ତ....... ଲକ୍ଷେ ଯୋଜନରୁ ଗଜର ଡାକ ଶୁଣି ପଶା ଖେଳରୁ ଉଠିଆସି ସ୍ୱୟଂ ଗୋଲକ ବିହାରୀ ବିଷ୍ଣୁ ଚକ୍ର ପେଶୀ ନକ୍ର ନାସି ଉଦ୍ଧାରିଲେ ଆପଣ।


   ଜୀବନ କେବେ ଚପଳ ବର୍ଷା ତ କେବେ ବସନ୍ତ ବିଭୋର କିଶୋରରୁ ଯୌବନ ଆଉ କେତେବେଳେ ଯୁବ ବୟସର ପ୍ରଚଣ୍ଡ ବୈଶାଖର ସୂର୍ଯ୍ୟ ମଧ୍ୟ ଆକାଶରେ ରହି ବୁଝାଇ ଦିଏ ଜୀବନ ସଂଘାତ। ଶିଶିର ବିନ୍ଦୁରେ ଥରଥର ପତ୍ର ଝରା ଦେଉଦେଉ କେତେବେଳେ ଅସିଣର ଝରାସେଫାଳି ହେଇ ମୁହୂର୍ତ୍ତରେ ମୋହିନିଏ କୋଟି ଜନମନ ସତରେ ଏଇ କଣ ଜୀବନ।


   ବାରମ୍ବାର ପ୍ରଗଳ୍ଭ ଦାର୍ଶନିକ ଟିଏ ର ମନ ନ ହେଉ ନିଜକୁ ପଚାରୁ ପଚାରୁ ସମୟ ସରିଯାଏ ସେଦିନ ଦେଖୁନ ସବରୀ କେଉଁ ଆକର୍ଷଣ ର ସମ୍ମୋହିନୀ ଶକ୍ତିରେ ଦିବ୍ୟ ପୁରୁଷ ଙ୍କୁ ଦେଖି କେତେ ଆଶା ଆଉ ସମ୍ଭାବନାକୁ ନେଇ ଅପେକ୍ଷା କରିଥିଲା ହଠାତ ସ୍ମସୃ ଶରୀର ଲୋଳାୟିତ ଚର୍ମ ଉଠିବାର ତାକତ ହରାଇଥିବା ସବରୀ ଦେଖୁଚି ଯେମିତି ନବଦୃବାଦଳ ଶ୍ୟାମଘନଙ୍କୁ କି ଆଶ୍ଚର୍ଯ୍ୟ କି ଅଭିପ୍ସିତ ମନ ସିଏ ଦେବତା ଆଉ ମୂଁ ନର ପାର୍ଥକ୍ୟ ଏତିକି ଜୀବନ କଣ କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଏଇ କଣ ଜୀବନ ଜୀବନ ଅର୍ଥାତ ମାୟା ।


   କାହିଁକି ଆସିଛୁ ମନ କିସ ନେବା ପାଇଁରେ ଆସିଛୁ ଲଙ୍ଗଳା ଦିନେ ହେବୁ ଶୂନ୍ୟ ହୋଇରେ ।


   ଏମିତି କେତେକଥା ଭାବୁ ଭାବୁ ମୁଁ କେମିତି କେଉଁ ଏକ ଅଜଣା ଐଶ୍ୱର୍ଯ୍ୟମୟୀ ଜାଗାର ଅବ୍ୟତ୍ଥାନ ହୋଇଛି ମୁଁ ସଂଜ୍ଞାହିନ ମୁଁ ନିର୍ବାକ ମୁଁ ସ୍ଥାଣୁ ଯେମିତି ମକରନ୍ଦ ପାନ କରୁଛି।

   

   ଜୀବନର କସଟି ପଥରରେ ନିଜକୁ କସୁକସୁ କେଉଁ ଅଜଣା ଉନ୍ମାଦନାରେ ମୁଁ ଯେମିତି ବିହ୍ୱଳିତ ଅନ୍ତରାତ୍ମା କହୁଥିଲା ଏବେ ଏବେ ସଉଦା ସାର ପରେ ଥଳି ଭର୍ତ୍ତି ହୋଇଗଲେ ଆଉ କିଛି ଅସୁବିଧା ହେବନି ରେ ତୁ ନିର୍ଦ୍ୱନ୍ଦରେ ଚାଲିଯିବୁ।

   ଏଇବୋଧେ ଜୀବନ।

  


Rate this content
Log in

Similar oriya poem from Classics