STORYMIRROR

ବିନୟ ମହାପାତ୍ର

Romance Classics Fantasy

4  

ବିନୟ ମହାପାତ୍ର

Romance Classics Fantasy

ବର୍ଷା ଓ ବିରହ

ବର୍ଷା ଓ ବିରହ

2 mins
364

କଳା ମେଘ ଦେଖି ମୟୁର ନାଚଇ,

ବରଷା ବିନ୍ଦୁରେ ଏ ମନ ଭିଜଇ,

ହେମାଳ ପବନେ ମନ ଖୋଜୁ ଥାଏ

ତୁମକୁ ପ୍ରିୟା ଗୋ,

ତୁମରି ଉଷୁମ ପରଶ ।

ଛମ ଛମ ସୁରେ ବର୍ଷା ଝରି ଯାଏ,

ତୁମ ପାଉଁଜୀର ଛନକ ଚୋରାଏ,

ଅଗଣାରେ ମୋର ନାଚି ନାଚି ଯାଏ

ଭରି ଦେଇ କେତେ,

ବିରହି ମନରେ ବିରସ ।।

ଆକାଶେ ବିଜୁଳି ରୋଷଣୀ ଜଳାଏ

ଘଡ ଘଡି ନାଦେ ଧରା ଦୁଳୁକାଏ

କୁଳୁ କୁଳୁ ବହେ ଝରଣାର ଜଳ

ଝିକାରୀ ବଜାଏ ବେଙ୍ଗ ରାଣୀ ମେଳ

ଏକୁଟିଆ ରାତି ନିଛାଟିଆ ଲାଗେ

ତୁମ ପ୍ରିତି ସାଥୀ ଏଇ ମନ ମାଗେ

ବରଷା ବୁନ୍ଦାରେ ତୁମ ପାଉଁଜୀର

ଛନକ ତ ଶୁଭି ଯାଏ,

ତୁମେ କି ଖୋଜୁନ ଅଙ୍ଗ ସଙ୍ଗ ମୋର

ଯେମିତି ଝୁରୁଛି ବିରହି ମୁଁ ଆଜି

ଜଳି ଯାଏ ଦେହ ବରଷା ପାଣିରେ

ବିଜୁଳି ନିଆଁରେ ମନ ଜଳି ଯାଏ,

ପାଣି ଜଳାଉଛି ବିରହି ପ୍ରେମିକ ଛାତି,

କେମିତି ବିତିବ ଏଇ ଶିରାବଣ

କହି ଯାଅ ଥରେ ଆସି ।

ତୁମେ ନାହଁ ସାଥୀ ବର୍ଷା ଭିଜା ରାତି

ବରଷାର ବୁନ୍ଦା ବଢାଉଛି ତାତି

ତୁମକୁ ଝୁରୁଛି ବିରହି ଏ ରାତି

ଖୋଜୁଛି ପ୍ରିୟା ଗୋ

ଝୁରୁଛି ତୁମର ପ୍ରିତି ।

ଆଉ ଜଳାଅନା ପ୍ରିୟତମା ମୋର

ଶିତଳାଇ ଦିଅ ତୁମ ପରଶରେ

କର କଙ୍କଣର ରୁଣୁ ଝୁଣୁ ସୁରେ

ଗୀତିମୟ ତୁମ ଅଳସୀ ଚାଲିରେ,

ହେଉ ମଧୁମୟ ଆମ ମିଳନର ରାତି ।



Rate this content
Log in

Similar oriya poem from Romance