STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ସାଥୀ ମୋହର

ସାଥୀ ମୋହର

1 min
336

ଯନ୍ତ୍ର ତୁମର କୁହୁକ ମନ୍ତ୍ର

ମୋହିତ କରି ମୋତେ

ନବ ସୂର୍ଯ୍ୟର କିରଣ ଢାଳେ

ଆନନ୍ଦ ଦେଇ କେତେ।

ତୁମରି ପାଇଁ ଅନେକ କାମ

ସହଜ ଗଲା ହୋଇ

ତୁମକୁ ପାଇ ଜୀବନ ଧନ୍ୟ

ତୋପରି ସାଥୀ କାହିଁ।

ତୁମେ ଆସିଲ ମୋ' ହସ୍ତରେ

ମୋବାଇଲିଟେ ହୋଇ

ବଣମଲ୍ଲୀର ମହକ ଦେଲ

ବିଶ୍ୱବାସୀଙ୍କୁ ନେଇ।

ମୋ ମନ ତଳ ଅକୁହା କଥା

ହୃଦୟେ ଯାହା ଅଙ୍କା

ତୋ' ଦେହରେ ଲେଖି ମୁଁ ଦେଲି

ନକରି ଜମା ଶଙ୍କା।

ଷ୍ଟୋରିମିରର ହେଲା ମୋ ସାଥୀ

ହାତରେ ହାତ ଥୋଇ

ଭାଷା ବିକାଶ ସାହିତ୍ଯାକାଶ

ଉଜ୍ଜ୍ବଳ କରେ ମୁହିଁ।

ମୁଖ ଦର୍ପଣ ହ୍ବାଟସ୍ ଆପ

ପ୍ରସାର କଲେ ବାଣୀ

ଇଣ୍ଟରନେଟ କରେ ସାହାଯ୍ୟ

ହେଲି ମୁଁ ତା'ର ଋଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract