STORYMIRROR

Seetaram Dash

Tragedy

3  

Seetaram Dash

Tragedy

ସାଥି

ସାଥି

1 min
5.4K




ବିରହ ବେଦନା କେତେ ଯେ ଯନ୍ତ୍ରଣା,

ବିରହିର ମନ ଜାଣେ।

ବାର୍ଦ୍ଧକ୍ୟେ ବିରହ କେତେ ଯେ ଦାରୁଣ,

କହିବାକୁ ଶଙ୍କା ମଣେ।


ତୁମ ବିରହ ତ ବିରହ ଲାଗିନି,

ବୟସର ଭୋଗ ବେଳେ।

ତୁମ ବିନା ପ୍ରିୟା ବଂଚି ମୁଁ ପାରୁନି,

ଜୀବନର ସାୟଂ କାଳେ।


ଦୁଃଖ କଷ୍ଟ ସହି ଖାଲି ପେଟ ହୋଇ,

ଯାହାର ନେଲି ଯତନ।

ତା ପାଖରେ ଅଛି ସରଗର ଶଶି,

ମୁଁ ହେଲି ମଲାଜହ୍ନ।


ବୃଦ୍ଧାଶ୍ରମ ଆଜି ନିବାସ ମୋହର,

ନିର୍ଜନତା ମୋର ସାଥି।

ଅନ୍ତିମ କାଳରେ ତୁମେ ଥିଲେ ପ୍ରିୟା,

ପାଇଥାନ୍ତି ଟିକେ ତୃପ୍ତି।


ସୀତାରାମ ଦାଶ

ସାନମୂଳାଇ, କଟକ।

ଯୋଗାଯୋଗ-୮୪୬୯୨୩୭୧୭୨


Rate this content
Log in

Similar oriya poem from Tragedy