STORYMIRROR

Satyabrata Ojha

Romance

3  

Satyabrata Ojha

Romance

ସାତ ଜନମର ଶତ୍ରୁ

ସାତ ଜନମର ଶତ୍ରୁ

1 min
196

ରକତ ନୁହେଁ ସେ ରକତଠୁ ବେଶୀ,

ପ୍ରଭୁ ନୁହେଁ ମୁଁ, ସେ ଭକତଠୁ ବେଶୀ,

ଲାଘବ ହୁଏ ମୋ ସାତ ଜନ୍ମ ଦୁଃଖ ଥରୁଟିଏ ଦେଲେ ହସି ଲୋ...

ସେହି ମୋ ପ୍ରାଣ ପ୍ରିୟସୀ ଲୋ ସେହି ମୋ ପତ୍ନୀ ପ୍ରିୟସୀ ଲୋ।


ଛାଇ ପରି ସେ ଥାଏ ମୋ ପାଶେ

ଦୁଃଖେ ସୁଖେ ମୋର ସେ କାନ୍ଦେ ହସେ

ବୁଝେ ସବୁ ମୋର ମନକୁ ସେ ବୁଝି ଅନ୍ତରେ ଭରି ସେ ଖୁସି ଲୋ

ସେହି ମୋ ପ୍ରାଣ ପ୍ରିୟସୀ ଲୋ ସେହି ମୋ ପତ୍ନୀ ପ୍ରିୟସୀ ଲୋ।


ରାଗ ନାହିଁ ମନେ ଅଛି ରାଗିଣୀ,

ମାନୀ ନୁହେଁ ସେତ ଅଭିମାନିନୀ,

ପ୍ରାଣଟି ତାହାର ପ୍ରଣୟେ ଭରା, ସେ ପୁନେଇଁ ରଜନୀ ଶଶୀ ଲୋ,

ସେହି ମୋ ପ୍ରାଣ ପ୍ରିୟସୀ ଲୋ ସେହି ମୋ ପତ୍ନୀ ପ୍ରିୟସୀ ଲୋ।


ପରକୁ ନିମିଷେ ଆପଣା କରେ,

ଆପଣାଙ୍କଠୁ ସେ ନ ଯାଇ ଦୁରେ,

ବିଶ୍ୱବାନ୍ଧବକୁ ବନ୍ଧୁ ବୋଲି ଭାବି କର୍ମ କରୁଥାଏ ହସିଲୋ,

ସେହି ମୋ ପ୍ରାଣ ପ୍ରିୟସୀ ଲୋ ସେହିମୋ ପତ୍ନୀ ପ୍ରିୟସୀ ଲୋ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance