STORYMIRROR

Satyabrata Ojha

Others Romance

5.0  

Satyabrata Ojha

Others Romance

ସିନ୍ଦୁରୀ ଇପ୍ସିତ

ସିନ୍ଦୁରୀ ଇପ୍ସିତ

1 min
901


ଇଛା ହୁଏ ତୋ ଶରୀରରେ ଆତ୍ମାଟିଏ

ହୋଇ ତୋର ଆତ୍ମିୟ ହେବାକୁ,

ଇଛା ହୁଏ ତୋ ଆତ୍ମାରେ ପ୍ରାଣଟିଏ

ହେବାପାଇଁ ପ୍ରଣତି କରିବାକୁ,

ଇଛା ହୁଏ ତୋ ପ୍ରାଣରେ ଜୀବନଟିଏ

ହୋଇ ଦିଘଡି ଜିଇଁ ଯିବାକୁ,

ଇଛା ହୁଏ ତୋ ଜୀବନରେ ହୃଦୟଟିଏ

ହୋଇ ଗୀତ ଗାଇବାକୁ,

ଇଛା ହୁଏ ତୋ ହୃଦୟରେ ସ୍ପନ୍ଦନଟିଏ

ହୋଇ ସ୍ପନ୍ଦିତ ହେବାକୁ,

ଇଛା ହୁଏ ତୋ ସ୍ପନଦନରେ ନିଶ୍ଵାସଟିଏ

ହୋଇ ତୋ ପାପ ପୁଣ୍ୟରେ ଭାଗୀ ହେବାକୁ,

ଇଛା ହୁଏ ତୋ ନିଶ୍ଵାସରେ ଫୁଲଟିଏ

ହୋଇ ରଂଗ ଓ ମହକ ଫେଣ୍ଟିବାକୁ,

ଇଛା ହୁଏ ସେ ଫୁଲର ଗଜରାରେ ତୋ ପ୍ରୀତି

ଗଭା ସଜାଇବାକୁ,

ଇଛା ହୁଏ ତୋ ପ୍ରୀତିରେ ନିଜର ଅଧିକାର

ଜାହୀର୍ କରିବାକୁ,

ଆଜି କିଆଁ ଭାରି ଇଛା ହୁଏ ତୁ ମାଗିଥିବା ଅଧିକାରକୁ

ତୋ ମଥାରେ ଭରିଦେବାକୁ.......,!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍