STORYMIRROR

Satyabrata Ojha

Others Tragedy

4.0  

Satyabrata Ojha

Others Tragedy

ଲୁହର ଅଳି

ଲୁହର ଅଳି

1 min
673


ଲୁହ ଢ଼ାଳିଢ଼ାଳି, କରୁଛି ମୁଁ ଏତିକି ଅଳି,

ଲୁହ ଢ଼ାଳିଢ଼ାଳି, ଲୁହ ଢ଼ାଳିଢ଼ାଳି।

କି ପାଇଲୁ କହ ସାଥି ମୋର ମନକୁ ଜାଳି...?

କିଛି ହସ କିଛି ରୋଷ କିଛି ଭଲ ପାଇବା,

କିଛି ସ୍ନେହ କିଛି ଲୁହ କିଛି ଯେ ହଜାଇବା,

ସବୁ ମିଶି ଦେଲା କିଛି ସମ୍ପର୍କକୁ ଜନମ,

କିଛି ପୁଣି ଦେଇଦେଲେ ନାମ ତାର ପ୍ରେମ,

ତୁ କେମିତି ଚାଲିଗଲୁ ସେ ସମ୍ପର୍କ ଭୁଲି...!

ଲୁହ ଢ଼ାଳିଢ଼ାଳି, କରୁଛି ମୁଁ ଏତିକି ଅଳି,

ଲୁହ ଢ଼ାଳିଢ଼ାଳି, ଲୁହ ଢ଼ାଳିଢ଼ାଳି।

କି ପାଇଲୁ କହ ସାଥି ମୋର ମନକୁ ଜାଳି...?

ହସିଦେଇ କାହିଁ କହ ନେଲୁ ମୁହଁ ଫେରାଇ,

ଧୁ ଧୁ ନିଦାଘରେ ଆଖି ମୋର ଝରଇ,

ଦୁନିଆଁର ସବୁ ସୁଖ ଛାଡ଼ିଲି ତୋ ପାଇଁରେ,

କହ ମୋତେ ଛାଡ଼ିଗଲୁ କେଉଁ ସୁଖ ପାଇଁରେ?

ମୋ ଭଲପାଇବାକୁ କି ସେ ସୁଖ ଗଲା ବଳି?

ଲୁହ ଢ଼ାଳିଢ଼ାଳି, କରୁଛି ମୁଁ ଏତିକି ଅଳି,

ଲୁହ ଢ଼ାଳିଢ଼ାଳି, ଲୁହ ଢ଼ାଳିଢ଼ାଳି।

କି ପାଇଲୁ କହ ସାଥି ମୋର ମନକୁ ଜାଳି...?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍