ମୋ ପ୍ରେମ ପ୍ରଭାକୀଟ ସମ
ମୋ ପ୍ରେମ ପ୍ରଭାକୀଟ ସମ
1 min
329
ପ୍ରତିଧ୍ଵନି ତୁମ ପ୍ରଣୟିନୀ ସାଜି,
ପ୍ରତିବିମ୍ବିତ ହୁଏ ମୋ ମନେ।
ପ୍ରତିପଳ ତବ ପ୍ରୀତି ପାଗଳ ମୁଁ,
ପ୍ରଳାପ କରେ ପ୍ରଛନ୍ନେ।
ପ୍ରାରବ୍ଧ ହିଁ ଶେଷ ପ୍ରୀତିର ଆୟୁଷ,
ପ୍ରେକ୍ଷମାଣ ହୁଏ ମୋତେ।
ପ୍ରଭାକୀଟ ମୋ ପ୍ରେମ, ତୁମେ ତ ତପନ
ହଜିଯିବି ମୁଁ ପ୍ରଭାତେ।

