STORYMIRROR

Satyabrata Ojha

Tragedy

3  

Satyabrata Ojha

Tragedy

ହୃଦୟର ଡାକ

ହୃଦୟର ଡାକ

1 min
133

ଛାଡ଼ିଗଲ ସାଥି ମତେ କରି ସାତପର,

ଲୁଟିନେଲ କାହିଁ ତୁମେ ସବୁ ସୁଖ ମୋର,

ଭୁଲିଗଲ କେମିତି ଯେ ମୋ ପ୍ରେମ ଆଦର?

ଆଖିରୁ ଝରୁଛି ମୋର ଶ୍ରାବଣର ଝରି,

ସମୟ କାଟୁଛି ଆଜି ତୁମକୁ ମୁଁ ଝୁରି,

ଲିଭୁନି ମନରୁ ମୋର ଛବି ଯେ ତୁମର,

ଖୋଜୁନ କି ଆଜି ତୁମେ ମୋ ପ୍ରେମ ଆଦର?

ମୋ ପ୍ରତୀକ୍ଷାର ତୁମେ ନିଅନି ପରୀକ୍ଷା,

ଜନମେ ଜନମେ ମୁଁ ଯେ ଏକ ତୁମ ସଖା,

ଫେରିଆସ ସାଥୀ ତୁମେ ଜୀବନେ ମୋହର,

ସାଇତିଛି ତୁମ ଲାଗି ମୋ ପ୍ରେମ ଆଦର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy