STORYMIRROR

Satyabrata Ojha

Inspirational

3  

Satyabrata Ojha

Inspirational

ଦଇବର ଦାନ

ଦଇବର ଦାନ

1 min
1.2K


ଜୀବନ କିଏ ଜାଣେ କେତେ ଦିନ,

ଯାହାଥିଲା ସବୁଗଲା,

ଯାହା ଅଛି ସେ ନୁହେଁ କିଛି,

ଯାହା ଆସିବ ସେକି ରହିବ !

କିଏ ଜାଣେ କେତେବେଳେ ଖେଳଖେଳି ଯିବ ପବନ?


ଯେତେଟା ଜୀବନ ସେତେଟା କାହାଣୀ

ଯେତେଟା ସପନ ସେତେ ସଉତୁଣୀ

ଯେଉଁଠି ହୃଦୟ ସେଇଠି ଯାତନା

ଯେଉଁଠି ପ୍ରଣୟ ସେଠି ପ୍ରତାରଣା,

କିଏ ଜାଣେ କେତେବେଳେ ଭାଙ୍ଗିଯିବ ସବୁ ସପନ।


ହଳଦୀବସନ୍ତ ସୁନାଦେହ ଦେଖି

କୋଇଲି ଭାବଇ ଦଇବ କପଟୀ

ତା କଣ୍ଠରେ ଭରା ମଧୁର ସଙ୍ଗୀତ

ସିଏ ବି ଅଟଇ ଦଇବ ପ୍ରଦତ୍ତ,

କିଏ ଜାଣେ କେତେବେଳେ ଭାଗ୍ୟ ପିନ୍ଧାଇବା ସୁନା କଙ୍କଣ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational