STORYMIRROR

Satyabrata Ojha

Others

2  

Satyabrata Ojha

Others

ଅଫେରା ଅତୀତ

ଅଫେରା ଅତୀତ

1 min
385


ଥରେ ଚାଲିଗଲା ପରେ, କାହିଁ ଆସ ସପନରେ?

ବୁଝି ହୁଏ ନାହିଁ ପ୍ରିୟା କ'ଣ ପାଇଁ ଏତେ ମାୟା??



ଉଆଁସ ଆସିଲା ପରେ ଜହ୍ନକୁ ଖୋଜିନି ଥରେ

ଭାବନାର ଅଗଣାରେ ତା ଛବି ଅଙ୍କିନି ବାରେ,

ତଥାପି କାହିଁକି ଜହ୍ନ ଦେଖାଉ ମତେ ସପନ?



ଫିଙ୍ଗି ଦେଲେବି ମୟୂରୀ, ପାଦରୁ ଘୁଙ୍ଗୁର ଖୋଲି,

ଫେରିବନି ଏ ଶ୍ରାବଣ, କେବେବି ପାଶେ ତୋହରି।

ଯା'ସାଥେ ହେଲା ବନ୍ଧନ ସେହି ତ ତୋର ଶ୍ରାବଣ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍