STORYMIRROR

Satyabrata Ojha

Others

5.0  

Satyabrata Ojha

Others

ଭାବନାରେ ପ୍ରିୟା

ଭାବନାରେ ପ୍ରିୟା

1 min
229


ରୁଣୁଝୁଣୁ ଶବଦ କରି କିଏ ସେ ଆସେ?

ଗୋଲାପୀ ଓଠରେ ଖିଲି ଖିଲି ହସେ। ... ...(୧)


ପହିଲି ବରଷା ପରି ଆସିଲା ସେ ଝରି ଝରି,

ମୋ ମନ କୁ ଛୁଇଁଗଲା ପହିଲି ପିରତୀ ପରି।


ଏ ଜୀବନେ ଭରିଲା ସେ ଭିଜାମାଟି ଗନ୍ଧ,

ମୋ ସାଥେ କରିଗଲା ସେ ପ୍ରେମର ନିର୍ବନ୍ଧ।


ତାର ଭାବନା ଯେବେ ବୁଣେ,

ସତେ କି ଏ କାନ ଶୁଣେ !!!


ରୁଣୁଝୁଣୁ ଶବଦ କରି କିଏ ସେ ଆସେ?

ଗୋଲାପୀ ଓଠରେ ଖିଲି ଖିଲି ହସେ। ... ...(୨)


ସପନର ସବାରିରେ ଆସିଲା ସେ ମୋନାଲିସା,

ହସୁ ହସୁ ଝରାଏ ଲୁହ, ସତେ ଫଗୁଣରେ ବର୍ଷା।


ସବୁ ଦେଖୁଥାଏ ହେଲେ ଥାଏ ଛପି ଛପି,

କାଳେ ଶୁଣି ଦେବ କିଏ, ଆସେ ପାଦ ଚାପି ଚାପି।


ମୋ ହୃଦୟେ କେହି ଜଣେ,

ସେ ପାଦ ଶବଦ ଶୁଣେ।


ରୁଣୁଝୁଣୁ ଶବଦ କରି କିଏ ସେ ଆସେ?

ଗୋଲାପୀ ଓଠରେ ଖିଲି ଖିଲି ହସେ। ... ...(୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍